April 7, 2025
Share

 

୧-ଭୁବନେଶ୍ୱର: ମୈତ୍ରେଶ୍ବର ସାମ୍ନାରେ ଅଟକିଲା ରୁକୁଣାରଥ।ଆଜି ଅପରାହ୍ନ ୨ଟାରେ ଟଣାଯିବ।

 

୨-ଭୁବନେଶ୍ୱର:୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ବନ୍ଦ।

 

୩-ବାଳକାଟି:ଓଲଟିଲା ବସ୍,୨ ମୃତ,୨୦ରୁ ଊର୍ଦ୍ଧ୍ବ ଗୁରୁତର।

 

୪-ପୁରୀ:ଶ୍ରୀରାମ ଜନ୍ମ ନୀତି ; ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ଯନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ।

 

୫-କଟକ:ବଢିବ ସିଡିଏର ପରିସୀମା, ୨୦ ଏକର ଜମିରେ ନିର୍ମାଣ ହେବ କପଡା ହୋଲସେଲିଂ ମାର୍କେଟିଙ୍ଗ ଜୋନ।

 

୬-ଭୁବନେଶ୍ୱରରୁ ଏଏସଓ ପ୍ରକାଶ କୁମାର ସାହୁ ନିଖୋଜ, ଭରତପୁର ଥାନାରେ ଏତଲା।

 

୭-ସମ୍ବଲପୁର:ପୋଲିସକୁ ଧମକ ଦେଇ ଅଡୁଆରେ ଜୟନାରାୟଣ ; ନିଜ ଆଡୁ ମାମଲା ଦାଏର କଲା ପୋଲିସ।

 

୮-ରାମ ନବମୀ ପୂର୍ବରୁ କଟକ ସହରରେ ଫ୍ଲାଗ ମାର୍ଚ୍ଚ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ।

 

୯-ଏପ୍ରିଲ ୧୧ରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ; ପରିବାରର ସବୁ ସଦସ୍ୟଙ୍କୁ ମିଳିବ ହେଲଥ କାର୍ଡ।

 

୧୦-ଶିମିଳିପାଳରେ ଅଫିମ ମାଫିଆ ସକ୍ରିୟ, ଲକ୍ଷାଧିକ ଟଙ୍କାର ଅଫିମ ଚାଷ ନଷ୍ଟ କଲା ପୋଲିସ୍

 

୧୧-ରାଜ୍ୟର ଅଧାରୁ ଅଧିକ ଜାଗା ଜବରଦଖଲ, ମନ୍ତ୍ରୀ କହିଲେ ଖୁବ୍‌ଶୀଘ୍ର ହେବ ଉଚ୍ଛେଦ।

 

୧୨-ମୟୂରଭଞ୍ଜ ସାରସକଣା ବ୍ଲକ କାଶୀପାଳ ଗାଁ:ଅଷ୍ଟପ୍ରହରୀ ଭୋଜି ଖାଇ ୪୬ଜଣ ଅସୁସ୍ଥ ; ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କଲେ ଡାକ୍ତର।

 

୧୩-ପାଣିକୋଇଲି:ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି : ଚାଲିଗଲା ଦମ୍ପତିଙ୍କ ଜୀବନ, ବର୍ତ୍ତିଗଲେ ୪ ବର୍ଷର ଶିଶୁ।

 

୧୪-ସତ୍ୟଭାମାପୁର:’ହେ ବନ୍ଧୁ’ ବୃଦ୍ଧା ଆଶ୍ରମର ବାର୍ଷିକ ଉତ୍ସବରେ ବୃଦ୍ଧାଙ୍କୁ ଭଲମନ୍ଦ ପଚାରି ବୁଝିଲେ ବର୍ଷା ପ୍ରିୟଦର୍ଶିନୀ।

 

୧୫-ମହାକାଶରେ ଇସ୍ରୋ ଲେଖିବ ନୂଆ ଇତିହାସ; ଆସନ୍ତା ମାସରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯାତ୍ରା କରିବେ ଭାରତର ଶୁଭ୍ରାଂଶୁ ଶୁକ୍ଲା।

 

୧୬-୫୦୦ ଓ ୧୦ଟଙ୍କା ନୋଟ୍ କୁ ନେଇ RBIଙ୍କ ବଡ଼ ନିଷ୍ପତ୍ତି, ବଦଳିବ ରଙ୍ଗ, ସାଇଜ ଓ ଡିଜାଇନ।

 

୧୭-ମୁଲାନପୁର:ଆର୍ଚରଙ୍କ ଘାତକ ବୋଲିଂ;ପଞ୍ଜାବକୁ ରୋକିଲା ରାଜସ୍ଥାନ।

 

୧୮-ଚେନ୍ନାଇ: ଦିଲ୍ଲୀର ତୃତୀୟ ବିଜୟ,ଚେପକରେ ଚେନ୍ନାଇ ଚିତପଟାଙ୍ଗ।

 

୧୯-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କାର ‘ମିତ୍ର ବିଭୂଷଣ’ ସମ୍ମାନ ପ୍ରଦାନ।

 

୨୦-ମ୍ଯାଁମାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୩୩୫୪ରେ ପହଞ୍ଚିଲା, ଭାରତ ପଠାଇଲା ଆଉ ୪୪୨ଟନ ରିଲିଫ୍।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏