ଆଜିର ଖବର..
୧-ମୁମ୍ବାଇ:ହାଇସ୍କୋରିଂ ମ୍ୟାଚରେ ବାଜି ମାରିଲା ଭାରତ, ଶେଷ ପର୍ଯ୍ୟନ୍ତ ଲଢି ହାରିଲା ଇଂଲଣ୍ଡ, ଫାଇନାଲରେ ନ୍ୟୁଜିଲାଣ୍ଡ ସହ ହେବ ଟକ୍କର।
୨-ଜନସାଧାରଣଙ୍କ ସଚେତନତା ପାଇଁ ପ୍ରଦର୍ଶନୀ ପଡିଆରେ “ନ୍ୟାୟ ସଂହିତା ପ୍ରଦର୍ଶନୀ”, ଆଜି ଉଦଘାଟନ କରିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।
୩-ରାଜ୍ୟସଭା ନିର୍ବାଚନ: ବିଜେଡିରୁ ନାମାଙ୍କନ ଭରିଲ ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତା, ବିଜେପିରୁ ମନମୋହନ ଓ ସୁଜିତ। ଚତୁର୍ଥ ଆସନ ପାଇଁ ଦିଲ୍ଲୀପ -ଦତ୍ତେଶ୍ବର ଟକ୍କର।
୪-ଭୁବନେଶ୍ୱର: ରୁକୁଣା ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ,ମହାଖଳାକୁ ପ୍ରବେଶ କଲେ ମହାରଣା ସେବାୟତ।
୫-ମାଲକାନଗିରି:ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ।
୬-ଭୁବନେଶ୍ୱରସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ (Go-Homestay) ପୋର୍ଟାଲର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ।
୭-ବ୍ରହ୍ମପୁର, ସୁବାଷ ବୋଷ ଛକ:ଚୋରି ପିଲାଙ୍କୁ ଧରି ଭିକ୍ଷା ବୃତ୍ତି, ୫ ଗିରଫ, ୯ ବାଳକ ଉଦ୍ଧାର।
୮-ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର।
୯-ବାସୁଦେବପୁର:ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକ ଗିରଫ,ପ୍ରଧାନ ଶିକ୍ଷକଙ୍କୁ ମାଡ ପ୍ରତିବାଦରେ ବିଇଓଙ୍କ କାର୍ଯ୍ୟାଳୟରେ ଧାରଣା।
୧୦-ଭଞ୍ଜନଗର:କୋର୍ଟ ସମ୍ମୁଖରେ ଯୁବକଙ୍କୁ ନିର୍ମମ ହତ୍ୟା, ଶୁଣାଣି ପାଇଁ କୋର୍ଟକୁ ଆସିଥିବା ବେଳେ ହାଣିଦେଲେ।
୧୧-କଟକ:ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା, ସମସ୍ତ ୮ ଜଣ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର।
୧୨-ରେଢ଼ାଖୋଲ:ମାଣିକପୁର ଓ ଝାରବନ୍ଧଲି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ,ଫୁଟିଲା ଗୁଳି, ୨ ଗୁରୁତର।
୧୩-ରାଜ୍ୟରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ: ଜଳିପୋଡ଼ି ଛାରଖାର ମୂଲ୍ୟବାନ ଗଛ, ଜନବସତି ମୁହାଁ ବନ୍ୟଜନ୍ତୁ।
୧୪-ଭକ୍ତ-ନବୀନଙ୍କ ମିଳନ ନବୀନଙ୍କ ପତନର କାରଣ: ପ୍ରସନ୍ନ ପାଟ୍ଟଶାଣୀ।
୧୫-କେନ୍ଦୁଝର କାଞ୍ଜିପାଣି ଘାଟିରେ ଜଳିଗଲା ଟ୍ରକ୍, ଗାଡ଼ିରୁ ଡେଇଁ ଜୀବନ ବଞ୍ଚାଇଲେ ଚାଳକ
୧୬-ବଲାଙ୍ଗୀର ତୁରେକେଲା ବ୍ଲକ ବଡଡକଲା ଗାଁ:ଝରଣା ପାଣିରେ କଟୁଛି ଜୀବନ, ପାଣି ବୁନ୍ଦାଏ ପାଇଁ ଡହଳ ବିକଳ।
୧୭-ବାରଙ୍ଗ,ବେଲ ଗାଛିଆ ଗାଁ:ଛାତ ଉପରକୁ ଚଢ଼ିଗଲା ଷଣ୍ଢ, ତଳକୁ ଆଣିବାକୁ ନାକେଦମ ହେଲା ଅଗ୍ନିଶମ ବିଭାଗ।
୧୮-ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ରାଜ୍ୟପାଳ ସିଭି ଆନନ୍ଦ ବୋସ; ମମତା କହିଲେ, ମୁଁ ଆଶ୍ଚର୍ଯ୍ୟ।
୧୯-ରାଜ୍ୟସଭା ପାଇଁ ନୀତୀଶଙ୍କ ନାମାଙ୍କନ; ବିହାର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସମ୍ରାଟ ଚୌଧୁରୀ ସର୍ବାଗ୍ରେ।
୨୦-ସବୁଦିନ ସ୍ବାହା ହେଉଛି ୯୦୦୦ କୋଟି ; ଇରାନ ସହ ପଙ୍ଗା ନେଇ ଭୁଲ୍ କଲେ କି ? ଫସିଗଲେଣି କି ଆମେରିକା-ଇସ୍ରାଏଲ୍ ?
