April 23, 2025

ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ସରକାର ବରଦାସ୍ତ କରିବେନି ଜନତା

Share

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର)ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ତାଙ୍କର ଜନ୍ମଦିବସ କୁ ଦୀର୍ଘ ଦିନ ଧରି ପଞ୍ଚାୟତରାଜ ଦିବସ ରୂପେ ପାଳିତ ହୋଇ ଆସୁଥିଲା। କିନ୍ତୁ ବର୍ତ୍ତମାନର ସରକାର ଏହାକୁ ବାତିଲ କରିଛନ୍ତି।ଏହି ପ୍ରତିବାଦ ରେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ସମେତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖ ରେ ବିଜେଡି ନେତୃବୃନ୍ଦ ଙ୍କ ଧାରଣା ଏବଂ ପ୍ରତିବାଦ ଜାରି ରହିଥିଲା।ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବେଗୁନିଆଁର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ଶହ ଶହ ସମର୍ଥକ ଧାରଣା ସ୍ଥାଳ ରେ ବସି ପ୍ରତିବାଦ କରିଥିଲେ।ବ୍ଲକ ପରିସର ରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ନିଜ ସମର୍ଥକ ମାନଙ୍କ ସହ ବିଜେପି ସରକାର ଙ୍କ ହୀନ ମନ୍ୟତା ବିରୁଦ୍ଧରେ ନାରାବାଜି ଦେବା ସହ ଧାରଣା ଦେଇଥିଲେ। ସେହି ପରି ବେଗୁନିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ବିଧାୟକ ପ୍ରଦୀପ କୁମାର ସାହୁ ନିଜ ସମର୍ଥକ ମାନଙ୍କ ସହ ବିଜେପି ସରକାର ଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ।

You may have missed