ତାଳପତ୍ର ଖୋଦେଇ ଚିତ୍ର ନାୟକପାଟଣା ଗାଁକୁ ସାରା ବିଶ୍ୱରେ ପରିଚିତ କରାଇଛି …
ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା ସଦର ବ୍ଲକ ର ନାୟକ ପାଟଣା ଗାଁ କଥା l ଏହି ନାୟକପାଟଣା ଗାଁ ର ମାଗା ନାୟକ ନିଜର କୌଳିକ ବୃତ୍ତିକୁ ଖୋଦେଇ ଚିତ୍ର ମାଧ୍ୟମରେ ସାରା ବିଶ୍ୱରେ ପରିଚିତ କରାଇଛନ୍ତି l ବାରବର୍ଷ ବୟସରୁ ଏହି ତାଳପତ୍ର ଖୋଦେଇ ଚିତ୍ରକଳା କରିବା ଆରମ୍ଭ କରି ଆଜି ନିଜ ଗାଁ ଠାରୁ ଆରମ୍ଭ କରି ସହର, ଦେଶ, ବିଦେଶ ର କଳାକାରମାନେ ଏହି ଖୋଦେଇ ଚିତ୍ର ଶିଖିବା ପାଇଁ ଆସୁଛନ୍ତି l ମାଗା ନାୟକ ସତୁରି ବର୍ଷ ରେ ମଧ୍ୟ ଏହି ଲେଖନୀ ମୁନରେ ଖୋଦେଇ ଚିତ୍ର କରିବା ସହିତ ଏବେବି ତିରିଶ ରୁ ଉର୍ଦ୍ଧ ଶିକ୍ଷାର୍ଥୀ ଙ୍କୁ ଶିକ୍ଷା ଦେଉଛନ୍ତି l ମାଗା ନାୟକଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିବା କଳାକାରମାନେ ସାରା ବିଶ୍ୱରେ ପରିଚିତ ହେବା ସହିତ ସମ୍ମାନିତ ମଧ୍ୟ ହେଇଛନ୍ତି l ତାଳପତ୍ର ରେ ଖୋଦେଇ ଚିତ୍ର ପାଇଁ ଆଜି ନାୟକପାଟଣା ଗ୍ରାମ ସାରା ବିଶ୍ୱରେ ପରିଚିତ ହୋଇ ପାରିଛି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)