April 27, 2026

ରାଷ୍ଟ୍ରପତି ଙ୍କୁ ଭେଟିଲେ ଓଡ଼ିଶା ଛାତ୍ର ସଙ୍ଗଠନ:ଓଡିଶାର ସଂସ୍କୃତି ରକ୍ଷା ନେଇ ଦେଲେ ଦାବି ପତ୍ର…

tabo
Share

ନୂଆଦିଲ୍ଲୀ:ଆଜି ନୂଆଦିଲ୍ଲୀ ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଙ୍କୁ ଭେଟିଲେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତି ଙ୍କୁ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ଦାବିପତ୍ର ମଧ୍ୟ ପ୍ରଦାନ କରାଗଲା। ଓଡ଼ିଶା ତଥା ଭାରତରେ ବୈଦିକ ପରମ୍ପରା ତଥା ଗୁରୁକୁଳ ପରମ୍ପରା କୁ ସୁଦୃଢ କରିବା,ସମସ୍ତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏ,ପଣ୍ଡିତ ରଘୁନାଥ ମୁର୍ମୁ, ଭୀମ ଭୋଇ,ଗଙ୍ଗାଧର ମେହେର,ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଭଳି ବିଭିନ୍ନ ବରପୁତ୍ର ଙ୍କ ନାମରେ ଅନୁସନ୍ଧାନ କେନ୍ଦ୍ର,ଇଡବ୍ଲୁଏସ କୋଟା ସାରା ଭାରତରେ ଲାଗୁ କରାଯିବା ଏବଂ ଭାରତୀୟ ଜ୍ଞାନ ପରମ୍ପରା କେନ୍ଦ୍ର ସ୍ଥାପନ କରାଯାଉ ବୋଲି ଶ୍ରୀ ସୌମ୍ୟରଂଜନ ବଡ଼ପଣ୍ଡା ଦାବିପତ୍ର ପ୍ରଦାନ କରିବା ସହ ମହାମହିମ ରାଷ୍ଟ୍ରପତି ଙ୍କ ସହ ପାଖାପାଖି ୨୫ ମିନିଟ୍ ଧରି ଆଲୋଚନା କରିଥିଲେ । ମହାମହିମ ରାଷ୍ଟ୍ରପତି ଭୀମ ଭୋଇଙ୍କ ସମସ୍ତ ପୁସ୍ତକ ସଂସ୍କୃତରେ ଅନୁବାଦ କରିବା ପାଇଁ ଆଦେଶ ମଧ୍ୟ ଦେଇଥିଲେ। ଏଥିରେ ହରପ୍ରିୟା ବେହେରା,ପଲ୍ଲବୀ ଜେନା,ରାଜେନ୍ଦ୍ର କୁମାର ନାୟକ,ବିଭୂତି ରଞ୍ଜନ ସାହୁ, ରୁପେଶ ପ୍ରଧାନ,ସଞ୍ଜୀବ ସାହୁ,ଜ୍ଞାନରଞ୍ଜନ ବାଗ,ମୁକେଶ ରାନା,ତପସ୍ଵିନୀ ବାରିକ, ଗୌରବ ପୁରୋହିତ, ଅନୁଷୟା ପାଢ଼ୀ,ସତ୍ୟରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।(ରାଜାରାମ ଷଡଙ୍ଗୀ)