March 11, 2026

ଉଦୟଗିରି ବ୍ଲକରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

IMG-20230306-WA0014
Share

ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ସାରଳା ସାହି ଠାରେ ଏକ ଭଲିବଲ୍ ଟୁର୍ନାମେଣ୍ଟ୍ ଫାଇନାଲରେ ମୁଖ୍ୟ ଅତିଥି ଭାବେ ଗଜପତି ବିଜେଡି ସଭାପତି ଜଗବନ୍ଧୁ ଦାସ, ବ୍ରହ୍ମପୁର ସାଂସଦ ମାନ୍ୟବର ଚନ୍ଦ୍ରଶେଖର ସାହୁ, ବ୍ଲକ୍ ଅଧ୍ୟକ୍ଷ ଲଖ୍ମୀନାରାୟଣ ଶବର,ରା,ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ୍, ରା,ଉଦୟଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମଲ୍ଲିକ ଶବରପଲି ସରପଞ୍ଚ ତଥା ବ୍ଲକ୍ ବିଜେଡି ସଭାପତି ଭିମ ପାଇକ,ତଥା ବହୁ ଜନସାଧାରଣ ଉପସ୍ଥିତ ଥିଲେ । ଆୟୋଜକ କମିଟି ର ସଭାପତି ମୁଖ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରାବା ସହ ସମ୍ନାନିତ କରିଥିଲେ ।ମୁଖ୍ୟ ଅତିଥି ତଥା ଗ୍ରାମ୍ୟ କମିଟି ଉପସ୍ଥିତି ରେ ପଡ଼ିଆ ମଧ୍ୟ ରେ ଉଦଘାଟନ କରିବା ସହ ୨ଟି ଟିମ୍ ର କ୍ୟାପଟେନ୍ ତଥା ତାଙ୍କ ଟିମ୍ ଙ୍କୁ ଅଶେଷ ଅଭିନନ୍ଦନ ଜଣାଇଛନ୍ତି ।ଏହି ଭଲିବଲ୍ ଖେଳଟି ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ନଥିଲେ ମଧ୍ୟ ଗଜପତି, ଗଞ୍ଜାମ ରେ ଏହା ବେଶ୍ ଦେଖିବାକୁ ମିଳିଥାଏ ।