April 21, 2025
Share

➡️୧-ଏଣିକି ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା l

➡️୨-ଏଣିକି ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୩-ଏଣିକି ଆଉ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ ରାଜନୈତିକ ଦଳ। ଏହା ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିଶନ।

➡️୪-ଭୁବନେଶ୍ୱର AIIMS ରେ ଲାଗିଲା ନୂଆ ମେସିନ୍-HELA, ଏଣିକି ଆହୁରି ସରଳ ହେବ କ୍ୟାନସର ଚିକିତ୍ସା l ୨୦ କୋଟି ଟଙ୍କା ମୂଲ୍ୟର ଷ୍ଟେଟ୍ ଅଫ୍ ଆର୍ଟ ଟେକ୍ନୋଲଜି ଦ୍ୱାରା ପରିଚାଳିତ ମେସିନ ଜରିଆରେ ପିନ୍ ପଏଣ୍ଟେଡ୍ ହେବ ରେଡିଓ ଥେରାପି।

➡️୫-ଏପ୍ରିଲ୍ ୧ରୁ ବଦଳିବ ଗୁଟ୍‌ଖା-ପାନ ମସାଲା ଉତ୍ପାଦନ ନିୟମ l ଏଣିକି ପାନ୍‌ମସାଲା ପାଇଁ ବ୍ୟବହାର ହେଉଥିବା ସେମାନଙ୍କ ସମସ୍ତ ନୂଆ ପୁରୁଣା ମେସିନାରୀଗୁଡ଼ିକୁ ମଧ୍ୟ ଜିଏସ୍‌ଟି ବ୍ୟବସ୍ଥା ଅନ୍ତର୍ଗତ ପଞ୍ଜୀକରଣ କରାଇବାକୁ ପଡିବ l ଏପରି ନକଲେ କମ୍ପାନୀ ବିରୋଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ ।

➡️୬-ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେଲେ ଶ୍ରୀ ସଞ୍ଜୟ ଜାଜୁ l ସେ ୧୯୯୨ ବ୍ୟାଚ୍‌ ତେଲଙ୍ଗାନା କ୍ୟାଡରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ।

➡️୭-ପ୍ୟାନ-ଆଧାର ସଂଯୋଗରେ ବିଳମ୍ବ ହେତୁ ସରକାର ଆଦାୟ କଲେ ୬୦୦ କୋଟିର ଜରିମାନା l କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଦେଲେ ଏକ ଲିଖିତ ଆକାରରେ ଉତ୍ତର l

➡️୮-ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟୁ ମାମଲାରେ ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ପିନିତୀଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ l

➡️୯-ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟରେ ଚଂପାଇ ସୋରେନ୍ ହେଲେ ପାସ l ସମର୍ଥନରେ ପଡିଲା ୪୭ ଭୋଟ୍ l ଏହି ବଜୟ ସହ ଝାଡଖଣ୍ଡରେ ଆରମ୍ଭ ହେଲା ଚମ୍ପାଇ ସରକାର ।

➡️୧୦-ଏଣିକି ଦିଲ୍ଲୀରେ କିନ୍ନରମାନଙ୍କ ପାଇଁ ବସଯାତ୍ରା ହେବ ମାଗଣା l ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ l

➡️୧୧-ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଆଜି ଦିଲ୍ଲୀ ଅନୁଷ୍ଠିତ ହେବ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ବୈଠକ l

➡️୧୨-ବିହାର ପଶ୍ଚିମ ଚମ୍ପାରଣର ବାଁସଗାଓଁ ପରସୌନୀ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଦେଢ଼ ଶହରୁ ଅଧିକ ଛାତ୍ର ହେଲେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି l

➡️୧୩-ଆଜି ଓଡ଼ିଶାରେ ପହଞ୍ଚିବ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ l ଆଜି ଅପରାହ୍ନ ୨ଟା ୩୦ରେ ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାସଜୋଲଠାରୁ ୪୨ କିଲୋମିଟର ଦୂର ଅତିକ୍ରମ କରି ଓଡ଼ିଶାର ବୀରମିତ୍ରପୁରଠାରେ ପହଞ୍ଚିବ।

➡️୧୪-ବିହାରରେ ଆରମ୍ଭ ହେଲା ‘ଲଘୁ ଉଦ୍ୟମୀ ଯୋଜନା’, ୯୪ ଲକ୍ଷ ପରିବାରଙ୍କୁ ମିଳିବ ୨ ଲକ୍ଷ ଟଙ୍କା l

➡️୧୫-ଋଷ ଠାରୁ ତୈଳ ଆମଦାନୀ ହ୍ରାସ କଲା ଭାରତ l ଲଗାତର ଦ୍ୱିତୀୟ ମାସ ହେଲା ତୈଳ ଆମଦାନୀ ହ୍ରାସ କରି ଗତ ୧୨ ମାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି।

➡️୧୬-ଆମେରିକୀୟ ମହାକାଶ ଏଜେନ୍ସି ନାସା ୧୩୭ ଆଲୋକବର୍ଷ ଦୂରରେ ପୃଥିବୀ ପରି ଏକ ସମ୍ଭାବ୍ୟ ବାସଯୋଗ୍ୟ ଗ୍ରହ ‘ସୁପର-ଆର୍ଥ’ର କଲା ଆବିଷ୍କାର l ନାସା ଅନୁଯାୟୀ ଏହି ଗ୍ରହକୁ ଟିଓଆଇ-୭୧୫ବି ବୋଲି କୁହାଯାଉଛି ଏବଂ ଏହା ପୃଥିବୀଠାରୁ ପ୍ରାୟ ଦେଢ଼ ଗୁଣ ବଡ଼।

➡️୧୭-ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କଲେ ବଡ଼ ଦାବି l କହିଲେ ଇସ୍ରାଏଲ ଯୁଦ୍ଧ ଆରମ୍ଭ ପରଠୁ ହମାସର ୨୪ ବାଟାଲିୟନ ମଧ୍ୟରୁ ୧୭କୁ ନଷ୍ଟ କରାଯାଇଛି l ଲକ୍ଷ୍ୟ ହାସଲ ଯାଏ ବନ୍ଦ ହେବନି ଯୁଦ୍ଧ l

➡️୧୮-IND vs ENG: ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୧୦୬ ରନ୍‌ରେ କଲା ପରାସ୍ତ l ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର ହେଲେ ଆର୍ ଅଶ୍ୱିନ। ବିଜୟ ପରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଭାରତ l

➡️୧୯-IND vs ENG: ୧୫ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟରେ ଖେଳିବେନି ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବମ୍‌ରା l ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମ୍‌ରାଙ୍କୁ ତୃତୀୟ ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇପାରେ।

➡️୨୦-ଶେଷ ୧୦ ମ୍ୟାଚ୍‌ରେ ଅପରାଜେୟ ରହି ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କଲା ଓଡ଼ିଶା ଏଫ୍‌ସି l ହାଇଦ୍ରାବାଦସ୍ଥିତ ଜିଏମ୍‌ସି ବାଲାଯୋଗୀ ଷ୍ଟାଡିୟମ୍‌ରେ ଗତକାଲି ଖେଳାଯାଇଥିବା ମ୍ୟାଚ୍‌‌ରେ ଓଡ଼ିଶା ଏଫ୍‌ସି ୩-୦ ଗୋଲ୍‌ରେ ଏକତରଫା ଭାବେ ଘରୋଇ ଦଳ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରି ଏହି ସଫଳତା କଲା ଅର୍ଜନ ।