ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅନୁଷ୍ଠିତ..
ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଷଦ ମଧ୍ୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମିଳନୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରେ ଅଧକ୍ଷା ପ୍ରତିଭା ପାଢ଼ୀ ଙ୍କ ପୌରହିତ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଗଞ୍ଜାମ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ମୁଖ୍ୟବକ୍ତା ଭାବେ ଗଞ୍ଜାମ କଲେଜ ର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଲଷ୍ମୀ ନାରାୟଣ ପଣ୍ଡା,ସଂମ୍ମାନିତ ଅତିଥିଭାବେ ଗଞ୍ଜାମ ବ୍ଲକ ବିଇଓ ଭାଗିରଥି ବେହେରା, ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସହ ସମ୍ପାଦକ ବିପ୍ର ଚରଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ରହିଥିଲେ l କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅନ୍ୟ ପଟେ ଏହି କାର୍ଯ୍ୟକ୍ରମରେ ଉପ ନଗର ପାଳ ଏବଂ ଅନ୍ୟ ଆଠ ଜଣ କାଉନସିଲର ଙ୍କ ଅନୁପସ୍ଥିତ ଦେଖିବାକୁ ମିଳିଥିଲା l ଯାହାକୁ ନେଇ ସାଧାରଣ ରେ ଏକ ପ୍ରକାର ଆଲୋଚନା ହେଉଥିବା ଦେଖିବାକୁ ମିଳିଥିଲା l ମୁଖ୍ୟତଃ ଅନୁପସ୍ଥିତ ରହିଥିବା ଉପ ନଗର ପାଳ ଏବଂ କାଉନସିଲର ମାନେ ବିଜୁ ଜନତା ଦଳ ର ଅଟନ୍ତି l ଯାହାକୁ ନେଇ ଆଲୋଚନା ଜୋର ଧରିଥିଲା l ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ରେ ଓଡ଼ିଆ ଭାଷା ର ଇତିହାସ ଓ ବର୍ତ୍ତମାନ ସହ କିଭଳି ଭାଷା ର ଉନ୍ନତି ହେବ ତାହା ଉପରେ ମତ ଉପସ୍ଥାପନ କରିଥିଲେ l ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ଭାଷା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଏବଂ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀ ମାନଂକୁ ମଧ୍ୟ ସଂମ୍ମାନିତ କରାଯାଇଥିଲା l ମଞ୍ଚରେ ଦୁଇ ଜଣ କାଉନସିଲର ୬ ନମ୍ବର ଅରୁଣ ପଣ୍ଡା ଓ ୯ ନୁମ୍ବର ର ସ୍ବାଗତ ଆଶିଷ ନାୟକ ରହିଥିବା ବେଳେ ଦୁଇ ନୁମ୍ବର କାଉନସିଲର ବିଳମ୍ବ ରେ ପହଞ୍ଚି ଥିବା ଦେଖିବାକୁ ମିଳିଥିଲା l କାର୍ଯ୍ୟକ୍ରମ କୁ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ l( ପ୍ରଦୀପ କୁମାର ପଣ୍ଡା)