March 12, 2026

ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ପଞ୍ଚାୟତ ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ ସଚେତନତା ଅଭିଯାନ

jkhkhih
Share

ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ପଞ୍ଚାୟତ ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ ସଚେତନତା ଅଭିଯାନ ପାଣି ପଞ୍ଚାୟତ ରଥ କୁ ବହୁ ଆଡ଼ମ୍ବରରେ ସ୍ୱାଗତ କରିଛନ୍ତି ।ଉକ୍ତ ସ୍ୱାଗତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଡ଼।ଳିମ୍ବ ଗମାଙ୍ଗ, ସମିତି ସଭ୍ୟା ଶିବାନୀ ବେହେରଦଳେଇ,ବିଶିଷ୍ଟ ସମାଜସେବୀ ଜଗବନ୍ଧୁ ଦାସ, ତଥା ସମସ୍ତ ଏସ୍,ଏଚ୍,ଜି ର ସଦସ୍ୟ, ଏମ୍,ବି,କେ, କ୍ରୃଷି ମିତ୍ର,ପ୍ରାଣୀ ମିତ୍ର,ତଥା ସମସ୍ତ ୱ।ଡ଼ମେମ୍ବର, ଏବଂ ଅଞ୍ଚଳର ବହୁ ବୁଦ୍ଧି ଜିବି ଉପସ୍ଥିତ ଥିଲେ ।ତତ୍ ସହିତ ପାଣି ପଞ୍ଚାୟତ କୁ ସ୍ୱାଗତ କରିବା ପରେ ନଗର ପରିକ୍ରମା କରି ବା ସହ ପଞ୍ଚାୟତ ରେ ଏକ ସଭା ମଧ୍ୟ ଆୟ୍ଯଜିତ କରାଯାଇଥିଲା ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଦାସ ବାବୁ ପାଣି ର ବ୍ୟବହାର, ତଥା ପାଣି ର କିଭଳି ଭାବରେ ପରିଚାଳନା କଲେ ଆଗାମୀ ଦିନରେ ପାଣି ସମସ୍ୟାକୁ ରୋକା ଯାଇ ପାରିବ ତା ଉପରେ ଆଲୋକପାତ କରିଥିଲେ। ତତ୍ ସହିତ ସ୍ଥାନୀୟ ଜଳଭଣ୍ଡାର ରୁ ପାଣି ଆଣି ଚାଷୀମାନେ ଚାଷ କରି କିଭଳି ଭାବରେ ନିଜର ପରିବାର ପ୍ରତିପୋଷଣ କରିହେବ ତା ଉପରେ ମଧ୍ୟ ଆଲୋଚନା କରିଛନ୍ତି।ଏଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଜନସଚେତନତା କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବାସହ ଅଞ୍ଚଳ ବାସିଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି