March 12, 2026

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

IMG-20230206-WA0055
Share

ରାୟଗଡା :-(ସୁରେନ୍ଦ୍ର ମହାନ୍ତି )ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦରମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,, ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ଯୋଗାଣ ଅଧିକାରୀ,ନିର୍ବାହି ଯନ୍ତ୍ରୀ ଗ୍ରାମୀୟ ଜଳ ଯୋଗାଣ , ଅଭିଯୋଗ ଶୁଣାଣି ଦାୟିତ୍ୱରେ ଥିବା ଡେ଼ପୁଟି କଲେକଟ୍ରର ଅନ୍ୱେଷl ଦlଶ, ଜିଲ୍ଲା ଆପlତକାଳୀନ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ତହସିଲଦାର ତାପସ କୁମାର ରାଉତ,ବିଡ଼ିଓ ଲଷ୍ମୀ ନାରାୟଣ ସାବତ, ପୌର ନିର୍ବାହୀ ଅଧିକାରୀ ୟାସିର ବିଲଲ ଅହମଦ,ଅନ୍ୟାନ୍ୟ ଜିଲ୍ଲା ସ୍ଥାରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୫୦ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ୪୬ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୪ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ପାଇଁ ଥିଲା l ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ଓ ଦୁଇ ଜଣକୁ ରେଡ୍କ୍ରସରୁ ସହାୟତା ଦିଆଯାଇଛି l ଜିଲ୍ଲାପାଳ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।