April 24, 2026

ଗଜପତି:- କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ …

IMG-20260106-WA0132
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜଳସମ୍ପଦ ବିଭାଗ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ “ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ” ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଏକ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ସଚେତନତା ରଥର ଶୁଭାରମ୍ଭ କରା ଯାଇଥିଲା ।

ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ପରେ ପରେ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମରେ କ୍ଷୁଦ୍ର ଜଳସେଚନ ବିଭାଜନ ର ଅଧ୍ୟିକ୍ଷଣ ଯନ୍ତ୍ରୀ ଶ୍ରୀ ସିମାଞ୍ଚଳ ଶତପଥୀ ସଭାପତିତ୍ବ କରି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଜ୍ଞାପନ କରି ପାଣି ପଞ୍ଚାୟତ ଗଠନର ଆବଶ୍ୟକତା ଓ ସେମାନଙ୍କ ଭୂମିକା ଉପରେ ଅବଗତ କରାଇଥିଲେ ।

କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜଳର ସଂରକ୍ଷଣ ସହ ତାର ସୁବିନିଯୋଗ ଓ ସୁପରିଚାଳନା କରି ପାଣି ପଞ୍ଚାୟତ ମାଧ୍ୟମରେ କୃଷି କାର୍ଯ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ଚାଷ ଜମିକୁ ଯେଭଳି ଜଳସେଚିତ ହୋଇପାରିବ ସେଥିପାଇଁ ପାଣି ପଞ୍ଚାୟତର ପ୍ରତିନିଧି ମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମନୀନ୍ଦ୍ର ହୋନନାଗା , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି ତିରୁପତି ରାଓ , ଅତିରିକ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ରାମ ପ୍ରସାଦ ରାଓ ଏବଂ ଜଳସେଚନ ବିଭାଜନ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସରୋଜ କୁମାର ନାୟକ , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , କାଶୀନଗର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା , ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଏନ: ବିରା ରାଜୁ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଏନ: ବାଲାରାଜୁ ପ୍ରମୁଖ ମଞ୍ଚାଷିନ ଅତିଥି ଭାବେ ଯୋଗ ଦେଇ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନା ନିମନ୍ତେ ବିଭିନ୍ନ ପରାମର୍ଶ ଦେବା ସହ ବୈଷୟିକ ଜ୍ଞାନ ଓ ଆଧୁନିକ ପ୍ରଣାଳୀ ଉପରେ ନିଜ ନିଜର ସନ୍ଦେଶ ପ୍ରଦାନ କରିଥିଲେ । । ମୁଖ୍ୟତଃ ସ୍ୱଳ୍ପ ଅବଧିରେ ଚାଷ ହେବା ଯୋଗୁଁ ଅଧିକ ଲାଭ ଏବଂ ପାଣି ପଞ୍ଚାୟତର ଜଳର ସଠିକ୍ ମୂଲ୍ୟାୟନ ଓ ପାଣି ସଂରକ୍ଷଣ , ବଣ୍ଟନର ହେବ ସୁବ୍ୟବସ୍ଥିତ ସମୃଦ୍ଧ ଓଡ଼ିଶା , ସୁଦୃଢ଼ ପାଣି ପଞ୍ଚାୟତ ଗଠନ ହୋଇପାରିବ ବୋଲି କହିଥିଲେ ।

ଏହି ଅବସରରେ ଉପସ୍ଥିତ ସମସ୍ତ ଚାଷୀ ମାନଙ୍କୁ ନେଇ ପାଣି ପଞ୍ଚାୟତ ପକ୍ଷରୁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଶିଷ କୁମାର ମଲ୍ଲିକ , ଜଳସେଚନ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରୋହିତ କୁମାର ଆଚାର୍ଯ୍ୟ , ସହକାରୀ ଯନ୍ତ୍ରୀ ଶ୍ରୀମତୀ ସୁଜାତା କୁମାରୀ ଗୌଡ଼ , ସହକାରୀ ଯନ୍ତ୍ରୀ ଶ୍ରୀ ମନୋଜ କୁମାର ଚୌଧୁରୀ , ସହକାରୀ ଯନ୍ତ୍ରୀ ଶ୍ରୀ ସୁକୁମାର ଶତପଥୀ , କନିଷ୍ଠ ଯନ୍ତ୍ରୀ ଶ୍ରୀ ସତ୍ୟ ନାରାୟନ ସାମଲ , କନିଷ୍ଠ ଯନ୍ତ୍ରୀ ପୁଷ୍ପାଞ୍ଜଳୀ ଗମାଙ୍ଗ , କନିଷ୍ଠ ଯନ୍ତ୍ରୀ ଶ୍ରୀ ରାଜ କିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

—————————————–