September 26, 2026

ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦଯାପିତ ବ୍ରହ୍ମପୁର ଦଳ ବିଜେତା, ନାଉଳି ଉପବିଜେତା

IMG-20250106-WA0043
Share

 

ଛତ୍ରପୁର -୬/୧/୨୪(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରସ୍ଥିତ କରାତଳି ଗ୍ରାମରେ କେ.କେ. କ୍ଲବ ତରଫରୁ ଚାଲିଥିବା ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ତା ୫-୧-୨୦୨୫ ରବିବାର ବିଳମ୍ବିତ ରାତିରେ ଶେଷ ହୋଇଛି ଯେଉଁଥିରେ ବ୍ରହ୍ମପୁର ଦଳ ବିଜେତା ହୋଇଥିବା ବେଳେ ନାଉଳି ଦଳ ଉପବିଜେତା ହୋଇଛି। ଏହି ପ୍ରତିଯୋଗିତାରେ ପୁରୀ, ଭଞ୍ଜନଗର, ବ୍ରହ୍ମପୁର, ଜଗତସିଂହପୁର, ଆସ୍କା, ବୁଗୁଡା, ଚିଲିକା, ପୁଡାମରି, ନାଉଳି, ପଂଚମା, କଙ୍କରଡ଼ା, ନରେନ୍ଦ୍ରପୁର, ହିଂଜିଲିକାଟୁ, ଖଲ୍ଲିକୋଟ, ଚିଡ଼ିଆପଲ୍ଲୀ, ଲାଠି ଆଦି ଅଞ୍ଚଳରୁ ଆସିଥିବା ବିଭିନ୍ନ ଦଳ ଭାଗ ନେଇଥିଲେ। ରବିବାର ସଂନ୍ଧ୍ୟାରେ ହୋଇଥିବା ପ୍ରଥମ ସେମି ଫାଇନାଲ ପଞ୍ଚମା ଦଳ ଓ ବ୍ରହ୍ମପୁର ଦଳ ମଧ୍ୟରେ ହୋଇଥିଲା; ଯେଉଁଥିରେ ବ୍ରହ୍ମପୁର ଦଳ ବିଜେତା ହୋଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଅନ୍ୟ ଏକ ସେମିଫାଇନାଲ ପୁରୀ ଦଳ ଓ ନାଉଳି ଦଳ ମଧ୍ୟରେ ହୋଇଥିଲା ଓ ନାଉଳି ଦଳ ବିଜେତା ହୋଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ରବିବାର ରାତିରେ ହୋଇଥିବା ଫାଇନାଲରେ ବ୍ରହ୍ମପୁର ଦଳ ଗତଥର ବିଜେତା ନାଉଳି ଦଳକୁ ହରାଇ ପ୍ରଥମ ଥର ପାଇଁ ଚମ୍ପିୟାନ ହୋଇଥିଲା।

ଏହି ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତାର ପରିସମାପ୍ତିରେ ମୁଖ୍ୟ ଅତିଥି ତଥା ୟୁରୋ କିଡ୍ସ ବିଦ୍ୟାଳୟର ମ୍ୟାନେଜର ଦିବାକର ବେହେରା, ସମ୍ମାନନୀୟ ଅତିଥି ତଥା ରୋଟାରୀୟନ ନିରଞ୍ଜନ କୁମାର ମିଶ୍ର, ଅନ୍ୟତମ ଅତିଥି ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଜ୍ୟୋତି ପ୍ରକାଶ ରାଓ ପ୍ରମୁଖ ଉପସ୍ଥିତ ରହି ଦୁଇ ଦଳର ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସୂଚନାଯୋଗ୍ୟ, ଚମ୍ପିୟାନ ବ୍ରହ୍ମପୁର ଦଳକୁ କେ.କେ. କ୍ଲବ, କରାତଳି ତରଫରୁ ୭୦୦୦ଟଙ୍କାର ଏକ ଚେକ ତଥା ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ନାଉଳି ଦଳକୁ ୫୦୦୦ଟଙ୍କାର ଏକ ଚେକ ତଥା ଟ୍ରଫି ପ୍ରଦାନ କରାଯାଇଥିଲା। ସର୍ବଶେଷରେ କରାତଳି ଗ୍ରାମବାସୀଙ୍କ ତରଫରୁ ହେମନ୍ତ କୁମାର ନାହାକ ସମସ୍ତ ଗ୍ରାମ ବାସୀ, ପ୍ରତିଯୋଗୀ ତଥା ଆସିଥିବା ଅତିଥିଙ୍କୁ ସୁଚାରୁରୂପେ ପ୍ରତିଯୋଗିତାର ସମାପନ ପାଇଁ ଧନ୍ୟବାଦ ଦେଇଥିଲେ।

You may have missed