May 11, 2026

ଛତ୍ରପୁର ବ୍ଲକ ର ଗୋବା ଓ ସାମନ୍ତରା ପୁର ରେ ଧାନମଣ୍ଡି ର ଶୁଭାରମ୍ଭ କଲେ ଛତ୍ରପୁର ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ 

IMG-20250106-WA0033
Share

ଛତ୍ରପୁର-୬/୧/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକର 2 ଟି ସ୍ଥାନରେ ସୋମବାର ଧାନମଣ୍ଡି ଖୋଲିଛି ଏହି ବ୍ଲକ ର ଭିକାରିପଲି ପଂଚାୟତ ର ସମନ୍ତରାପୁର ଓ ବଡ଼ମାଧପୁର ପଂଚାୟତ ର ଗୋବା ଠାରେ ଧାନ ମଣ୍ଡିକୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କଥା ଦେଇ କଥା ରଖିଛନ୍ତି ମୋହନ ସରକାର,ଚାଷୀଙ୍କ ହିତ ନିମନ୍ତେ ସରକାର ସବୁବେଳେ ରହିଛନ୍ତି, ଚଳିତ ବର୍ଷ ଧାନ ଏକ କୁଇଣ୍ଟାଲ ପିଛା ୨୩୦୦ଟଙ୍କା ଏବଂ ସହାୟତା ରାଶି ୮୦୦ଟଙ୍କା ପ୍ରଦାନ ଧାର୍ଯ୍ୟ ହୋଇଛି, ଅଦିନିଆ ବର୍ଷା ଯୋଗୁଁ ଚାଷୀ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ଏଣୁ ମିଲର ଏବଂ ଚାଷୀଙ୍କ ମଧ୍ୟ ରେ ଉତ୍ତମ ସମନ୍ଵୟ ରଖି ଚାଷୀଙ୍କ କିପରି ଧାନ କିଣାଯିବ ସେଥିପାଇଁ ବିଧାୟକ ପରାମର୍ଶ ଦେଇଥିଲେ ସାମନ୍ତରାପୁର ରେ ତାରାତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ଏବଂ ଗୋବା ଠାରେ ପ୍ରାଥମିକ କୃଷି ସେବା ସମବାୟ ସମିତି ଧାନ କିଣା ଦାୟିତ୍ୱ ନେଇଛନ୍ତି ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ, ବଡ଼ମାଧପୁର ସରପଞ୍ଚ ଅର୍ଚନା ସେଠି ପ୍ରମୁଖ ଉପସ୍ଥିତ ଥିଲେ ସେହିପରି ସାମନ୍ତରା ପୁର ରେ ଯୋଗାଣ ନିରୀକ୍ଷକା ବର୍ଷା ରାଣୀ ପାଢ଼ୀ ଓ ସରପଞ୍ଚ ମମତା ସୁବୁଦ୍ଧି, ଯୁବ ନେତା ବନୋଜ ନାହାକ, ଅଧକ୍ଷ ଙ୍କ ପ୍ରତିନିଧି ମୁନା ଦାସ ଓ ଛତ୍ରପୁର ତହସିଲଦାର ଓ ପୂର୍ବତନ ସରପଞ୍ଚ ମଥୁରା ସୁବୁଦ୍ଧି, ଶ୍ରମିକ ନେତା ଦୁର୍ୟୋଧନ ରେଡ୍ଡୀ ଓ ମହିଳା ନେତ୍ରୀ ଶୈଳ ଵାଲା ରଥ ପ୍ରମୁଖ ଉପସ୍ଥିତ ଥିଲେ