September 21, 2024

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସସ୍କୃତି ଜ୍ଞାନ ପରୀକ୍ଷା…

Share

                                                                                                                                                                                      ବୁଗୁଡ଼ା : ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ୧୫୨ ଜଣ ଛାତ୍ରଛାତ୍ରୀ ଏବଂ ୧୫ ଜଣ ଅଭିଭାବକ ଅଂଶ ଗ୍ରହଣ କରିଥିଲେ । ପ୍ରଧାନାଚାର୍ଯ୍ଯ ଉତ୍ତମ କୁମାର ମହାରଣାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ପରୀକ୍ଷାକୁ ସଂସ୍କୃତି ଜ୍ଞାନ ପ୍ରମୁଖ ସଞ୍ଜୟ କୁମାର ଷଡଙ୍ଗୀ ଏବଂ ପରୀକ୍ଷା ପ୍ରମୁଖ ଲଡୁ କିଶୋର ନାୟକ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମାମାନେ କକ୍ଷ ନିରୀକ୍ଷକ ଭାବେ ନିଯୋଜିତ ରହିଥିଲେ ।