March 10, 2026

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ 2024 ପାଳିତ……

iuy8i7
Share

 

ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି l ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତାର ଏକ ରାଲିର ଆୟୋଜନ କରାଯିବା ସହିତ ବିଭିନ୍ନ ଛକ ଜାଗା ମାନଙ୍କରେ ହେଲମେଟ ଓ ସିଟବେଲ୍ଟ ବ୍ୟବହାର କରିଥିବା ଯାତ୍ରୀଙ୍କୁ ଚକୋଲେଟ ପ୍ରଦାନ ପୂର୍ବକ ଉତ୍ସାହିତ କରିବା ସହିତ ହେଲମେଟ କିମ୍ବା ସିଟବେଲ୍ଟ୍ ବ୍ୟବହାର କରିନଥିବା ଯାତ୍ରୀ ଙ୍କୁ ସଚେତନ କରାଇଥିଲେ l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁ ଯୋଗଦେଇ ସ୍ବେଚ୍ଛାସେବୀ ଙ୍କୁ ନିଜେ କିପରି ସତର୍କ ରହିବା ସହିତ ସମାଜକୁ ସଚେତନତାର ବାର୍ତ୍ତା ପ୍ରେରଣ କରିବା ବିଷୟରେ ବୁଝାଇଥିଲେ! ଯୁବ ରେଡ଼କ୍ରସର ସଂଯୋଜିକା ଡ଼କ୍ଟର ସଂଯୁକ୍ତା ପଣ୍ଡା ଗମନା ଗମନ ସମୟରେ କିପରି ସତର୍କତା ରକ୍ଷା କରି ହେବ ସେନେଇ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସୁନୀତା ପାତ୍ର କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ବିନୋଦ ବିହାରୀ ପ୍ରଧାନ, ରଞ୍ଜୁଷା କୁମାରୀ ପ୍ରହରାଜ, ତାଇରା ବେଗମ, ଲକ୍ଷ୍ମୀକାନ୍ତ ସୌରାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ବହୁଳ ସଂଖ୍ୟାରେ ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ.(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)