September 21, 2024

ଶ୍ରୀକ୍ଷେତ୍ର ରେ ସଂମ୍ମାନିତ ଓ ଜେ ୟୁ କାର୍ଯ୍ୟକରାଣୀ ସଭାପତି ଉମାକାନ୍ତ ବେହେରା….

Share

 

 

ଗଞ୍ଜାମ :ଖୋର୍ଦ୍ଧା ଜିଲ୍ଲା ନିଶିଗନ୍ଧା ସାହିତ୍ୟ ସଂସଦ,ଭୁବନେଶ୍ୱର.ପକ୍ଷରୁ ପୁରୀ ଶ୍ରୀକ୍ଷେତ୍ର ମେଳରେ ଗଞ୍ଜାମ ଜିଲ୍ଲା ଓ.ଜେ.ୟୁ କାର୍ଯ୍ୟକରାଣୀ ସଭାପତି ଉମାକାନ୍ତ ବେହେରା ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l
ଯାହାକୁନେଇ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି l ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ର ପ୍ରତିଷ୍ଟାତା ବଳରାମ ତରାଇ ଙ୍କ ତତ୍ୱାବଧାନ ଓ କବି ଜୟନ୍ତ ପାଣିଗ୍ରାହି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓଡିଶା ଭାଷା ସାହିତ୍ୟ ସୁରକ୍ଷାରେ ଗଣ ମାଧ୍ୟମର ଭୂମିକା ସମ୍ପର୍କିତ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ
ସମ୍ବାଦିକ ଶ୍ରୀ ବେହେରା ସମ୍ମାନିତ ଅତିଥିଭାବେ ଗଞ୍ଜାମ ଜିଲ୍ଲାରୁ ଯୋଗଦେଇଥିଲେ l କାର୍ଯ୍ୟକ୍ରମ ଉଦଘାଟକ ଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟନାୟକ, ମୁଖ୍ୟ ଅତିଥି ପୁରୀ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ,ଓଡ଼ିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଧେଶକ ତଥା ପୁସ୍ତକ ମେଳା ସଭାପତି କୈଳାସ ଚନ୍ଦ୍ର ଟିକାୟତରାୟ,କବି, ଲେଖକ ତଥା ସମ୍ବାଦିକ ବଦ୍ରି ନାରାୟଣ ମିଶ୍ର,କବି ତଥା ସାମାଜିକ କର୍ମୀ ପର୍ଶୁରାମ ବେହେରା ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଦ୍ୱରା ଶ୍ରୀ ବେହେରା ଙ୍କୁ ସଂମ୍ମାନିତ କରାଯାଇଥିଲା l(ପ୍ରଦୀପ କୁମାର ପଣ୍ଡା)