ମହିଳା ସଶକ୍ତିକରଣ ନିଛକ ଉଦାହରଣ ବେଗୁନିଆ ମିଶନ ଶକ୍ତି କାଫେ ବନ୍ଦ
ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର):- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକ୍ ସାମନାରେ ଓଡ଼ିଶା ଶରକାରଙ୍କ ଅନୁଦାନ ରେ ନିର୍ମିତ ହୋଇଅଛି ମିଶନ ଶକ୍ତି କାଫେ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ସ୍ଵୟଂ ସହାୟକ ଗୋଷ୍ଠୀ କୁ ପ୍ରୋତ୍ସାହନ ସହିତ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । ମହିଳା ସଶକ୍ତିକରଣ କରିବା ଏହାର ହେଉଛି ମୁଖ୍ୟ ଉଦେଶ୍ୟ । ସେମାନଙ୍କର ଦାୟିତ୍ବ ଭଲ ଘରୋଇ ଜଳଖିଆ ଓ ଭୋଜନ ପ୍ରସ୍ତୁତ କରି ଲୋକ ମାନଙ୍କୁ ଆପ୍ୟାୟିତ କରିବା। ସେଥିପାଇଁ ସରକାର ଓଡ଼ିଶା ର ବ୍ଲକ୍, ହସ୍ପିଟାଲ ବିଭିନ୍ନ ଜାଗାରେ ଖୋଲି ଥିଲେ ମିଶନ ଶକ୍ତି କାଫେ ଓ ସେଗୁଡ଼ିକର ପରିଚାଳନା ଦାୟିତ୍ଵ ମହିଳା ମାନଙ୍କୁ ଦିଆଯାଇଥିଲା । ଏହାର ମୁଖ୍ୟ ଉଦେଶ୍ୟ ସୁସ୍ୱାଦୁ,ଘରୋଇ ରୋଷେଇ ଖାଦ୍ୟ ଖାଇବା, ରୋଗ ଠାରୁ କିଛି ମାତ୍ରାରେ ଦୂରରେ ରହିବା ଓ ମା ମାନଙ୍କ ହାତରୁ ଖାଇବା ଯାହାକି ଘର ଭଳି ଲାଗିବ। ମା ମାନଙ୍କର ଦାୟିତ୍ୱବୋଧ ଅଧିକ ସେମାନେ ସଠିକ୍ ସମୟରେ ଖୋଲିବା ସହ ବନ୍ଦ ମଧ୍ୟ କରିବେ, ସଠିକ୍ ପରିଚାଳନା କରିବେ ଓ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯକ୍ରମ କୁ ଖାଦ୍ୟ ଯୋଗାଇବେ ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବେଗୁନିଆ ସମେତ ବିଭିନ୍ନ ଜାଗାରେ । ମହିଳା ସଶକ୍ତିକରଣ ନିଛକ ଉଦାହରଣ ବେଗୁନିଆ ମିଶନ ଶକ୍ତି କାଫେ ବନ୍ଦ ।ଦୀର୍ଘ ଦିନ ହେଲା ବନ୍ଦ ଅଛି ଏହି କାଫେ । ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି ।
