March 11, 2026

ବିଧାନସଭାରେ ଜାତିର ଜନକଙ୍କୁ ଅପମାନ

IMG-20251205-WA0067
Share

 

 

ଭୁବନେଶ୍ଵର ( ଦେବାଶିଷ ଦାଶ )

 

ବିଜେଡି ଯୁବ ଓ ଛାତ୍ର ଜନତା ଦଳର ତୀବ୍ର ନିନ୍ଦା

ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ସନ୍ତୋଷ ଖଟୁଆ .

 

ବିଧାନସଭାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ବିବାଦୀୟ ବୟାନକୁ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ । ଏହାକୁ ବିରୋଧ କରି ବିଜୁ ଯୁବ ଜନତା ଦଳ (ବିୱାଇଜେଡି) ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପକ୍ଷରୁ ଆଜି ସଂଧ୍ୟାରେ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆନେ୍ଦାଳନ କରାଯାଇଥିଲା । ଓଡ଼ିଶା ବିଧାନସଭାର ପବିତ୍ର ଗୃହରେ ଜାତିର ପିତାଙ୍କ ବିରୋଧରେ ବିଜେପି ବିଧାୟକ ଶ୍ରୀ ଖଟୁଆଙ୍କ ଦ୍ୱାରା ଅଶୋଭନୀୟ ଓ ଅପମାନଜନକ ମନ୍ତବ୍ୟକୁ କଡା ଭାଷାରେ ନିନ୍ଦା କରାଯିବା ସହ ନିସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରାଯାଇଛି ।

ବିୱାଇ୍ଜେଡି ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିସିଜେଡି ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଦଳର ନେତୃବୃନ୍ଦ କହିଥିଲେ ଯେ ମହାତ୍ମା ଗାନ୍ଧୀ ସମଗ୍ର ଦେଶରେ ଜାତିର ପିତା ଭାବରେ ପୂଜା ପାଉଛନ୍ତି । ସେ ବିଶ୍ୱ ବନ୍ଦିତ । ବିଧାନସଭା ଭଳି ପବିତ୍ର ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଏପରି ଅରୁଚିକର ମନ୍ତବ୍ୟ ବିଜେପି ବିଧାୟକଙ୍କ ରୁଗ୍ଣ ଓ ବିକୃତ ମାନସିକତାକୁ ପ୍ରଦର୍ଶିତ କରୁଛି । ଭାରତ ଭଳି ଏକ ମହାନ ରାଷ୍ଟ୍ରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଏହା ଗଭୀର ଅପମାନ । ବିଧାନସଭାରେ ଶାସକ ଦଳର ବିଧାୟକ ମହାତ୍ମା ଗାନ୍ଧୀଙ୍କ ଦେଶ ପ୍ରତି ଥିବା ବଳିଦାନକୁ ମଳିନ କରିବାର ଅପଚେଷ୍ଟା କରିଛନ୍ତି । ସମଗ୍ର ଦେଶ ପ୍ରତି ଏହା ଘୋର ଅପମାନ । ଏପରି ବିଭାଜନମୂଳକ ଓ ଅପମାନସୂଚକ ମନ୍ତବ୍ୟ ଦେଶର ପ୍ରତ୍ୟେକ ସଚେତନ ନାଗରିକଙ୍କ ମନରେ ଗଭୀର ଆଘାତ ପହଞ୍ଚାଇଛି । ଏପରି ଅପକର୍ମ ପାଇଁ ଶ୍ରୀ ଖଟୁଆ ଓଡ଼ିଶାବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରତିବାଦ ସଭାରେ ସୋଫିଆ ଆଲମ୍, ତନ୍ମୟ ସ୍ୱାଇଁ, ଶୁଭ୍ରାଂଶୁ ପାଢ଼ୀ, ଦୀପକ ମହାପାତ୍ର, ସଂଜିତ୍ ମହାନ୍ତି, ଚିନ୍ମୟ ପ୍ରଧାନ, ଲଗ୍ନାଦିପ ମିଶ୍ର, ସୌମ୍ୟ ରଂଜନ ତ୍ରିପାଠୀ, ମନୋଜ ମହାନ୍ତି , ନୀଳମାଧବ ମହାନ୍ତି, ଦୀପକ ବେହେରା, ଜଗମୋହନ ବଳିଆର ସିଂହ,ସ୍ମୃତି ରଞ୍ଜନ ପଟ୍ଟନାୟକ, ଅରୂପ ଶ୍ରୀଚନ୍ଦନ, ମନୋରଂଜନ ସ୍ୱାଇଁ, ସୁଜିତ୍ ପାଲଟାସିଂହ, ରକି ଦାସ, ସମିମ୍ ଅଖତର୍, ସ୍ନେହାସିଶ୍ ଜେନା, କିଶୋର ନାୟକ, ତବରେଜ୍ ଖାଁ, ସାଗର ବଳବନ୍ତରାୟ, ଏସ୍. କେ ନୱାଜ୍, ଦୀପକ ସାହୁ, ଦିବ୍ୟ ସିଂ ସେଠୀ, ଅଶୋକ ନାୟକ, ଅମିତ୍ ଜେନା, ଫାତିମା ଖାତୁନ୍, ସଚ୍ଚିକାନ୍ତ ସାହୁ, ସିପୂଲ୍ ସ୍ୱାଇଁ ଓ ପ୍ରଦୁ୍ୟମ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।