ଗୁଳି ଫୁଟାଇ କାଜୁ ବ୍ୟବସାୟୀଙ୍କ ବ୍ୟାଗ ଲୁଟିନେଲେ ଦୃବୁତ୍ତ —ଦୁଇଟି ଖୋକା ଗୁଳି ଜବତ
ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା
ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ନିକଟବର୍ତ୍ତୀ 16 ନମ୍ବର ଜାତୀୟ ରାଜପଥ ରେ ବୁଧବାର ରାତିରେ କିଛି ଦୃବୁତ୍ତ କାରରେ ଯାଉଥିବା କାଜୁ ବ୍ୟବସାୟୀ ଓ ସହଯୋଗୀ ଙ୍କୁ ବ୍ଲାଙ୍କ ଫlୟାରିଙ୍ଗ କରି ତାଙ୍କ ଠାରୁ ଏକ ବ୍ୟାଗ ଲୁଟି ବାକୁ ଚେଷ୍ଟା କରୁଥିବା ଜଣାପଡିଛି l ଫାୟାରିଙ୍ଗର ଶିକାର ହୋଇଥିବା ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର କାଜୁ ବ୍ୟବସାୟୀ ଗୌରବ ସେଠି ଏନେଇ ହୁମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ଛତ୍ରପୁର ଏସଡିପିଓ ଗୌରହରୀ ସାହୁ, ରମ୍ଭା ଥାନା ଆଇଆଇସି ସତ୍ୟଜିତ ଭୁତୀୟା,ହୁମା ଫାଣ୍ଡି ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳରୁ ଦୁଇଟି ଖୋକା ଗୁଳି ଓ ଜୋତା ଜବତ କରିଛନ୍ତି l ଏତଲାକୁ ଭିତ୍ତି କରି ପୋଲିସ କେଶ ନ 773/24 ରେ ମାମଲା ରୁଜୁ କରାଯାଇଥିବା ରମ୍ଭା ଥାନା ଅଧିକାରୀ ସତ୍ୟଜିତ ଭୁତୀୟା ସୂଚନା ଦେଇଛନ୍ତି lଏଥିସହ ଅପରାହ୍ନରେ ସାଇବର ସାଇଣ୍ଟିଫିକ ଟିମ ମଧ୍ୟ ଘାଟଣl ସ୍ଥଳରେ ପହଂଚି ଛlନଭିନ ଆରମ୍ଭ କରିଛି l ମିଳିଥିବା ସୂଚନା ଅନୁଯାଇ କାଜୁ ବେପାରୀ ଗୌରବ ତାଙ୍କର ୱେଷ୍ଟ ବେଙ୍ଗଲର ତିନି ଜଣ ସାଙ୍ଗ ଓ ବଡ଼ ବଡ଼ ବଜାର ଥାନା ଅଞ୍ଚଳର ତିନିଜଣ ସାଙ୍ଗମିଶି କାରରେ ରମ୍ଭାକୁ ଭୋଜି କାର୍ଯ୍ୟକ୍ରମକୁ ଆସିଥିଲେ l ଫେରିଲା ବେଳେ ଏହି ଘଟଣା ଘଟିଥିଲା l ଦୁଇଟି ବାଇକରେ ଚାରିଜଣ ମୁଖା ପିନ୍ଧା ଦୃବୁତ୍ତ ମାନେ ସେମାନଙ୍କୁ ପିଛା କରି ହୁମା ନିକଟସ୍ଥ 16ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡ଼ ଠାରେ ଅଟକାଇ ବ୍ଲାଙ୍କ ଫାୟାରିଙ୍ଗ କରି ଭୟଭୀତ କରାଇଥିଲେ l ଫଳରେ କାରରେ ବସିଥିବା ଚାରିଜଣ ବ୍ୟକ୍ତି ସେଠାରୁ ଦୌଡ଼ି ପଳାଇଥିଲେ l ଘଟଣାର ସୁରାଗ ପାଇ ପୋଲିସ ପହଂଚି ସେମାନଙ୍କୁ ସେଠାରୁ ଉଦ୍ଧାର କରିଥିଲେ l କିଏ କେଉଁ ପରିସ୍ଥିତିରେ ଗୁଳି ଫୁଟାଇଛି ଟଙ୍କା ଲୋଭରେ କିମ୍ଵା ପୂର୍ବରୁ କଣ ଶତ୍ରୁତା ରହିଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଏସଡିପିଓ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଅନ୍ୟପଟେ ଗୌରବଙ୍କ ବ୍ରହ୍ମପୁରରେ ଏକ ଵେଦେଶୀ ମଦ ଦୋକାନ ଥିବା ହେତୁ ତାଙ୍କର କାହା ସହ ଶତ୍ରୁତା କାରଣରୁ ଏଭଳି ଘଟଣା ଘଟିଥାଏ ପାରେ ବୋଲି ମଧ୍ୟ ପୋଲିସ ଅନୁମାନ କରୁଛି l ତଦନ୍ତ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି l