December 12, 2024

କାଶୀନଗର ବ୍ଲକରେ ଦଶଟି କେନ୍ଦ୍ରରେ 2024 ଶିକ୍ଷା ବର୍ଷର ରାଷ୍ଟ୍ରୀୟ ପରଖ ସର୍ବେକ୍ଷଣ ପରୀକ୍ଷା ଅନୁଷ୍ଠିତ

Share

କାଶୀନଗର , ଗଜପତି ଜିଲ୍ଲା କାଶୀନଗର ବ୍ଲକ ମଧ୍ୟରେ ଦଶଟି କେନ୍ଦ୍ରରେ 2024 ଶିକ୍ଷା ବର୍ଷର ରାଷ୍ଟ୍ରୀୟ ପରଖ ସର୍ବେକ୍ଷଣ ପରୀକ୍ଷା ଅନୁଷ୍ଠିତ ହୋଇଛି. ଏହି ପରଖ ସର୍ବେକ୍ଷଣ ପରୀକ୍ଷାରେ 90 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଥିଲେ. ରାଷ୍ଟ୍ରୀୟ ପରଖ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ଓ ଅତିରିକ୍ତ ଶିକ୍ଷା ଅଧିକାରି ଜେ. ନର୍ମଦା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ପରିଚାଳିତ ହୋଇଥିବା ସହ କେନ୍ଦ୍ର ସୁପରିଚାଳନା ସ୍ଥାନୀୟ ସି ଆର ସି ସି ମଧୁ କୁମାର ଦାୟିତ୍ୱରେ ଥିଲେ. ଵି ଇ ଓ ବିଭିନ୍ନ ପରଖ ପରୀକ୍ଷା କେନ୍ଦ୍ର ମାନ ପରିଦର୍ଶନ କରି କେନ୍ଦ୍ର ସରକାର ଶିକ୍ଷାର ମାନ ଅନୁଧ୍ୟାନ ପାଇଁ ଏହି ପରୀକ୍ଷା ହେଉଥିବା କହିଥିଲେ. କାଶୀନଗର ଠାରେ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ଦୁଇଟି କେନ୍ଦ୍ରରେ ଛାତ୍ର ଛାତ୍ରୀ ପରଖ ପରୀକ୍ଷା ଦେଇଥିଲେ. ପ୍ରତ୍ୟେକ କେନ୍ଦ୍ର ରେ ଛାତ୍ର ଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳା ର ସହିତ ପରୀକ୍ଷା ଦେଇଥିବା ସହ ଅଲଡା ଆଦର୍ଶ ବିଦ୍ୟାଳୟ ରୁ ହିନ୍ଦୀ ଶିକ୍ଷକ ଓ ଡି ଆଇ ଇ ଟି ରୁ ଜଣେ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ପରଖ ଅନୁଷ୍ଠିତ ହୋଇଥିଲା.