December 12, 2024

କଇଁଛଙ୍କ ସୁରକ୍ଷା ନେଇ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ..

Share

ଗଞ୍ଜାମ ବଙ୍ଗୋପସାଗର ବାଲୁକା ଶଯ୍ୟା ବା ବାବାବଟେଶ୍ୱର ବେଳାଭୂମିରେ ରେ ଇକୋ ୱାରିୟର ଗଂଜାମ,ବ୍ରହ୍ମପୁର ସବୁଜ ବାହିନୀ ଏବଂ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭରସା ପକ୍ଷରୁ ” ବିଶ୍ୱ ବନ୍ୟପ୍ରାଣୀ ସଂରକ୍ଷଣ ଦିବସ” ଅବସରରେ ସେଠାରେ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ବିସ୍ତୃତ ବେଳାଭୂମି ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ପାଇଁ ସାରା ବିଶ୍ୱରେ ଖ୍ୟାତି ଅର୍ଜନ ରହିଛି। ଆଗାମୀ ଦିନରେ ବିରଳ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସବୁଜ ବାହିନୀ , ଦା ଇକୋ ୱାରୀୟର, ଭରସା ଅନୁଷ୍ଠାନ ଏବଂ ଲବଣ ଶ୍ରମିକ ହାଇ ସ୍କୁଲର ଇକୋ କ୍ଳବ ଛାତ୍ରଙ୍କ ଦ୍ୱାରା ପ୍ରାୟ ତିନି କିଲୋମିଟର ଯାଏଁ ବେଳାଭୂମି ଅଞ୍ଚଳ ସଫେଇ କରାଯାଇଥିଲା । ଯେଉଁଥିରେ ପ୍ରାୟ ସତୁରି କିଲୋଗ୍ରାମ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇକୋ କ୍ଳବର ସଂଯୋଜକ ଡ଼ଃ ଶଙ୍କର ନାରାୟଣ ବେଜ ଉପସ୍ଥିତ ହୋଇ ବିଦ୍ୟାଳୟର ଛାତ୍ରଙ୍କୁ ବିରଳ କଇଁଛ ବିଷୟରେ ସଚେତନତା କରିଥିଲେ। ବିରଳ କଇଁଛଙ୍କ ସମୁଦ୍ରର ବିସ୍ତୃତ ଜଳରାଶିରେ ମିଳନ ହେବା, ତାହାପରେ ମୁହାଣକୁ ଆସି ଅଣ୍ଡାଦେବା ଏବଂ ଅଣ୍ଡାରୁ ଛୁଆ ବାହାରିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ଛଅ ମାସ ପର୍ଯ୍ୟନ୍ତ ହୋଇଥାଏ। ବିଶେଷ କରି କଇଁଛଙ୍କ ଅଣ୍ଡାଦେବା ଏବଂ ଛୁଆ ବାହାରିବା ବିରଳ ଦୃଶ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ପର୍ଯ୍ୟଟକ,ଗବେଷକ,ପରିବେଶବିତ ମନେ ଆସିଥାନ୍ତି। ତେଣୁ ପର୍ଯ୍ୟଟନ ମାନଚିତ୍ରରେ ଋଷିକୁଲ୍ୟା ମୁହାଣ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଗୌରବକୁ ବଳବତ୍ତର ରଖିବା ଏବଂ କଇଁଛଙ୍କ ସୁରକ୍ଷିତ ଆଗମନ ପାଇଁ ବନ ବିଭାଗର ତତ୍ତବିଧାନରେ ସଂଗଠନ ପକ୍ଷରୁ ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

ବ୍ରହ୍ମପୁର ସବୁଜ ବାହିନୀ , ଇକୋ ୱାରୀୟର ପକ୍ଷରୁ ବିଗତ ବର୍ଷମାନଙ୍କରେ ଋଷିକୁଲ୍ୟା ମୁହାଣରେ ଭିନ୍ନ ଭିନ୍ନ ସମୟରେ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ କରିବା ସହ କଇଁଛ ଶାବକଙ୍କୁ ସମୁଦ୍ରକୁ ଛାଡିବାରେ ଅଂଶଗ୍ରହଣ କରିଆସୁଛି। ତେବେ ମୁହାଣରୁ ପାଞ୍ଚ କିଲୋମିଟର ବ୍ୟାପୀ କଇଁଛଙ୍କ ଗଣ ଅଣ୍ଡାଦାନ ହେଉଥିବାରୁ ମୁହାଣକୁ ଆସୁଥିବା ଆବର୍ଜନା ଓ ଅବ୍ୟବହୃତ ଖଣ୍ଡ ଖଣ୍ଡ ମାଛ ଜାଲିରେ ଶାବକ କଇଁଛ ଛନ୍ଦିହେବା,ରାତ୍ର ସମୟରେ ପର୍ଯ୍ୟଟକଙ୍କ ଅତ୍ୟଧିକ ଆଲୋକ ପ୍ରଦୂଷଣ ହେତୁ କଇଁଛ ଗୁଡିକ ବାଟବଣା ହେବା ଯୋଗୁଁ ନିରୀହ ଶାବକ କଇଁଛଙ୍କ ସୁରକ୍ଷା ଦେଇହେବ ସେଥି ପ୍ରତି ସମସ୍ତେ ଯତ୍ନବାନ ହେବା ପାଇଁ ସଂଗଠନର ସଭାପତି ଶିବରାମ ପାଣିଗ୍ରାହୀ ଅନୁରୋଧ କରିଛନ୍ତି।

ଏହି ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ଦ ଇକୋ ପକ୍ଷରୁ ଦୁର୍ଗା ମାଧବ ପାଣିଗ୍ରାହୀ,ଅଖିଳ ତରାଇ, ଗୁରୁନାଥ ରେଡ୍ଡୀ ଦୁର୍ଯ୍ୟଧନ ରେଡ୍ଡୀ,କରୁଣାକର ରେଡ୍ଡୀ, ତିରୁପତି ସାହୁ, ରବୀନ୍ଦ୍ର ପ୍ରଧାନ , ବନ କର୍ମଚାରୀ ଏବଂ ଲବଣ ଶ୍ରମିକ ହାଇସ୍କୁଲ ଶିକ୍ଷକ ହରେଶ ସ୍ୱାଇଁ ସମତେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।  (ପ୍ରଦୀପ କୁମାର ପଣ୍ଡା )