September 21, 2024
Share

ପୁଣି ଉମରକୋଟ ସହରକୁ ନେଇ ଜାତିୟ ସ୍ତରରେ ଚର୍ଚ୍ଚ।

 

ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

 

ଉମରକୋଟର ରୁଦ୍ର ପ୍ରତାପ ଜାତିୟ କୀକ୍ ବକ୍ସିଂ ଚମ୍ପିୟାନରେ ବ୍ରଞ୍ଜ ମେଡାଲ ଜିତି ଆନ୍ତର୍ଜାତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ

ଉମରକୋଟ – ନଭେମ୍ବର 29 ତାରିଖ ଦିନ ଜାତିୟ ଚାନେଲ ସୋନି ଟିଭିରେ ପ୍ରସାରଣ ହେଉ ଥିବା କୌନ ବାନେଗା କୋରଡ ପତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଉମରକୋଟ ର ନବମ ଶ୍ରେଣିର ଛାତ୍ର ଶାଶ୍ୱତ କୁମାର ପଟ୍ଟନାୟକ ଉମରକୋଟ ସହରର ସୁନାମ ଜାତୀୟ ଓ ରାଜ୍ୟ ସ୍ତରରେ ଆଣିଥିବା ବେଳେ ଆଉ ଜଣେ ଯୁକ୍ତ 2 ପ୍ରଥମ ବର୍ଷ ର ଛ।ତ୍ର ରୁଦ୍ର ପ୍ରତାପ ବିଶ୍ଵାସ ଜାତିୟ କିକ ବକ୍ସିଂରେ ବ୍ରଞ୍ଚ ପଦକ ହାସଲ କରି ଜାତିୟ ସ୍ତରରେ ଚର୍ଚ୍ଚ।ରେ

ଅଛନ୍ତି। ରୁଦ୍ର ଡିସେମ୍ବର1 ରୁ 3 ଯାଇଁ ନୂଆ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଜାତିୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷ ରୁ 596 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଉମରକୋଟର ରୁଦ୍ର ପ୍ରତାପ ଗୁଜୁରାଟ, ଆସାମ, ମୁମ୍ବାଇ, କେରଳ ର ପ୍ରତିଯୋଗୀଙ୍କୁ ହରାଇ ଥିଲେ। କିନ୍ତୁ ଶେଷ ରେ ତେଲେଙ୍ଗାନାର ପ୍ରତିଯୋଗୀ ଙ୍କ ଠାରୁ ପରାସ୍ତ ହେଇ ବ୍ରଞ୍ଜ ପଦକ ହାସଲ କରିଛନ୍ତି। ରୁଦ୍ର ଆସନ୍ତା ମାର୍ଚ୍ଚ 9 ରୁ 16 ଯାଇଁ ଥାଇଲାଣ୍ଡ ର ଫୁକେଟ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବା ପାଇଁ ଭାରତ ପକ୍ଷରୁ ଚୟନ ହେଇଛନ୍ତି। ରୁଦ୍ର ପ୍ରତାପ ବିଶ୍ଵାସ ହେଉଛନ୍ତି ଉମରକୋଟ ସହର ନିକଟସ୍ଥ ଅଧିକ।ରିଗୁଡ଼ା ଗ୍ରାମର ବ୍ରିଟିଶ ବିଶ୍ଵାସ ଓ ବିଭା ରାଣୀ ବିଶ୍ଵାସ ଙ୍କ ପୁଅ ଅଟନ୍ତି। ରୁଦ୍ର ଉମରକୋଟ ଗୁରୁକୃପ।ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ 2 ପ୍ରଥମ ବର୍ଷ ର ଛାତ୍ର ଅଟନ୍ତି। ରୁଦ୍ର ଏହି ସଫଳତା ପାଇବା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।