April 26, 2026

ଜଗନ୍ନାଥ ମନ୍ଦିରରେ ପାଳନ ହେଲା ସମାଜସେବୀ ସୁଧାକର ବରାଳ ଙ୍କ 66 ତମ ଜୟନ୍ତୀ ..

IMG-20251105-WA0082
Share

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲଜ, ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭଟ୍ଟଗାଁ ସ୍ଥିତ ଜଗନ୍ନାଥ ମନ୍ଦିରରେ ସ୍ଥାନୀୟ ଅଞ୍ଚଳର ଲୋକପ୍ରିୟ ବିଶିଷ୍ଟସମାଜସେଵୀ ସୁଧାକର ବରାଳ ଙ୍କର ଛଅଷଠି ତମ ଜୟନ୍ତୀ ଗତ ପବିତ୍ର କାର୍ତ୍ତିକ ପୂର୍ଣମୀ ଦିନ ଏକ ଭକ୍ତିଭାବମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରାତଃ କାଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ ନିତ୍ୟସେବକ ସେବାନନ୍ଦ ଦାସ ( ଶଙ୍କର ବାବା ) l ପରେପରେ ନାଟ୍ୟମଣ୍ଡପ ରେ କଟରା, ପଞ୍ଚସଖା ସଂଗୀତ ପରିଷଦର ସଙ୍ଗୀତନିର୍ଦ୍ଦେଶକ ବୈରାଗୀ ଚରଣ ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶନା ରେ କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ମହାରଣା, ସୁଦୀପ୍ତ ପଲେଇ, ଦିବ୍ୟାଂଶୁ ସାହୁ, ପ୍ରଶାନ୍ତ ଓଝା, ଜ୍ଞ୍ୟାନରଞ୍ଜନ ମହାରଣା, ଗଙ୍ଗାଧର ନାୟକ, ପ୍ରଦୀପ୍ତ ବେଉରା ଓ ଆକାଂକ୍ଷା ମହାନ୍ତି ପ୍ରମୁଖ ଭକ୍ତିସଙ୍ଗୀତ ପରିବେଷଣ କରିଥିଲେ l ଏହି ଅବସରରେ ଶ୍ରୀ ବରାଳ ଙ୍କୁ ପ୍ରଦୀପ୍ତ କୁମାର ସ୍ୱାଇଁ, ପ୍ରିୟରଞ୍ଜନ ରାଉତରାୟ, ବଟକୃଷ୍ଣ ବରାଳ, ଅକ୍ଷୟ କୁମାର ଦାସ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର କୁଅଁର, ସରୋଜ ଦାସ, ଗଗନ ଖଣ୍ଡୁଆଳ, ପ୍ରିୟଙ୍କା ସ୍ୱାଇଁ, ଝରଣା ବରାଳ, ଜୟନ୍ତୀ ରାଉତରାୟ, ଅର୍ଚନା ବରାଳ, ଦମୟନ୍ତୀ ସାହୁ ଓ ସାରଳା ସଂସ୍କୃତି ଗବେଷଜ ରମାକାନ୍ତ ରାଉଳ ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଆଦି ପ୍ରଦାନ କରି, ସମ୍ମାନିତ ଓ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l    ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର