April 11, 2025

ଗୋଟିଏ ପରିବାର ର ଦୁର୍ବ୍ୟବହାର ରେ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ସାହିବାସିନ୍ଦା ହେଉଛନ୍ତି ଅତିଷ୍ଠ l

Share

 

ଇନ୍ଦ୍ରଦ୍ୟୁମ୍ନ ପୋଖରୀ କୂଳର ସାହିବାସିନ୍ଦାଙ୍କୁ ବିଭିନ୍ନ ପ୍ରକାର ବ୍ୟବହାର କରି, ପୋଲିସ ର ଧମକ ଦେଇ ବାରମ୍ବାର ଥାନାର ଦ୍ୱାରସ୍ଥ କରାଉଛନ୍ତି ପରିଡା ପରିବାର l ସେଥିପାଇଁ ଆଜି ସାହିବାସିନ୍ଦା ତାଳବଣିଆ ଥାନାରେ ଧାରଣାରେ ବସିଛନ୍ତି l ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟ ସାହିର କୈବଲ୍ୟ ପରିଡାଙ୍କ ଦୁଇ ଝିଅ ରଶ୍ମିତା ପରିଡା ଏବଂ ଶାନ୍ତି ପରିଡା ସାହି ବାସିନ୍ଦାଙ୍କୁ ଦୁର୍ବେବାହାର କରିବା ସହିତ ରାସ୍ତା ଡ୍ରେନେଜ ଏପରିକି ସାହିକୁ ଆସୁଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିବାରେ ବାଧା ସୃଷ୍ଟି କରିବା ସହିତ ସାହିବାସିନ୍ଦାଙ୍କ ଦୁଆର ମାନଙ୍କରେ ବିଷ୍ଟା ପକାଉଛନ୍ତି l ବାରମ୍ବାର ଏହିଭଳି କରିବା ସହିତ ଥାନାରେ ସାହିର ବରିଷ୍ଠ ବ୍ୟକ୍ତି ମାନଙ୍କ ନାମରେ ଆଣୁଛନ୍ତି ମିଥ୍ୟା ଅଭିଯୋଗ l ତାଳବଣିଆ ଥାନାରେ ଆଇ ଆଇ ସି ଙ୍କ ଡାକରାରେ ସାହିବାସିନ୍ଦା ପହଞ୍ଚୁଥିବା ବେଳେ ଥାନାରେ ପହଞ୍ଚୁନାହାନ୍ତି ପରିଡା ପରିବାର ସଦସ୍ୟ l ସେଥିପାଇଁ ଆଜି ଇନ୍ଦ୍ରଦ୍ୟୁମ୍ନ ପୋଖରୀ କୂଳରେ ବାସ କରୁଥିବା କୋଡିଏ ରୁ ଉର୍ଦ୍ଧ ପରିବାର ସଦସ୍ୟ ପରିଡା ପରିବାର ବିରୁଦ୍ଧରେ ଆଜି ନ୍ୟାୟପାଇଁ ବସିଛନ୍ତି ତାଳବଣିଆ ଥାନା ସମ୍ମୁଖରେ l ଆମକୁ ନ୍ୟାୟ ମିଳୁ ନାହିଁତ ଆମେ ଏସପିଙ୍କ ଆଗରେ ଗୁହାରି କରିବୁ କହିଛନ୍ତି ସାହିର ଜୟକୃଷ୍ଣ ପ୍ରଧାନ, ଶ୍ରୀଧର ନାୟକ, ରବିନାରାୟଣ ସାହୁ, ନୃସିଂହ ଚରଣ ପଟ୍ଟନାୟକ, କ୍ଷେତ୍ରମୋହନ ବେହେରା, ସୁକାନ୍ତ କୁମାର ସାହୁ, ସୁବାଷ ଚନ୍ଦ୍ର ପଣ୍ଡା, ସତ୍ୟଭାମା ଦାସ, କୃଷ୍ଣପ୍ରିୟା ଦେବୀ, ଚନ୍ଦା ଦେଇ ଉର୍ମିଳା ସାହୁ, ରଞ୍ଜୁ ସାହୁ, ପୁଷ୍ପଲତା ଦଳେଇ ଛବିରାଣୀ ସାହୁ, ଗଜେନ୍ଦ୍ର ସାହୁ, ବୈକୁଣ୍ଠ ନାୟକ, ମଇନ ପ୍ରଧାନ ପ୍ରମୁଖ ଆଜି ତାଳବଣିଆ ଥାନାରେ ଅଭିଯୋଗ କରିଛନ୍ତି l

You may have missed