April 11, 2025

ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ଯକ୍ରମର ଶୁଭାରମ୍ଭ 

Share

 

ବୁଗୁଡା : ତା ୦୫/୧୧/୨୪ : ବୁଗୁଡା ବ୍ଲକର ବି.ବ୍ରହ୍ମପୁର ଗ୍ରାମ ନିକଟସ୍ଥ କଦମ୍ବ ମଠ ଠାରେ ଗତ ରବିବାର ଦିନ ଶୁଭାଧିବାସ ପୂର୍ବକ ଧର୍ମ ମାସ କାର୍ତ୍ତିକ ତୃତୀୟ ସୋମବାର ଦିନଠାରୁ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ବି.ବ୍ରହ୍ମପୁର ଗ୍ରାମବାସୀଙ୍କ ପକ୍ଷରୁ ଆୟୋଜିତ ଉକ୍ତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ଅବସରରେ ପ୍ରତ୍ଯହ ସକାଳ ସମୟେ ବ୍ଯାସ ଶ୍ରୀ ରାଘବାନନ୍ଦ ଦାସଜୀ ମହାରାଜଙ୍କ ଦ୍ଵାରା ଶ୍ରୀମଦ୍ ଭାଗବତ ପାରାୟଣ ଏବଂ ସନ୍ଧ୍ୟା କାଳରେ ଭଜନ ସମାରୋହ ସାଙ୍ଗକୁ ମଠାଧୀଶ ଶ୍ରୀ ଦଧିବାମନ ଦାସଜୀ ମହାରାଜ ଓ ପଣ୍ଡିତ ମହନ୍ତ ଶ୍ରୀ ରାଧାକାନ୍ତ ଦାସଜୀ ମହାରାଜଙ୍କ ଦ୍ଵାରା ପ୍ରବଚନ କାର୍ଯ୍ଯକ୍ରମ ରହିଛି । ଏଥି ସହ ଜ୍ଞାନଯଜ୍ଞ, ଅନ୍ନଯଜ୍ଞ, ବୈଷ୍ଣବ ସେବା ଆଦି କାର୍ଯ୍ୟକ୍ରମମାନ ରହିଛି। ଏହି ଶ୍ରୀମଦ୍ ଭଗବତ ପାରାୟଣ ଓ ପ୍ରବଚନ କାର୍ଯ୍ଯକ୍ରମ କାଳରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟୁଛି।

You may have missed