November 24, 2024

ନାଗୁଣୀ ଚଉଠି ପାଳିଲେ କାଶୀନଗର ବାସୀ 

Share

କାଶୀନଗର (ଅନନ୍ତ ଆପଟ )

 

 

ସର୍ପ ବା ନାଗ ଦେବତା ପୂଜାର ପରମ୍ପରା ଆମର ବହୁ ଶାସ୍ତ୍ର ଓ ପୁରାଣ ମାନଙ୍କରେ ଦେଖାଯାଏ l ଅନନ୍ତଶାୟୀ ବିଷ୍ଣୁ ସପ୍ତଫଣୀ ନାଗ ଉପରେ ଶୟନ କରିଛନ୍ତି. ସଦାଶିବ, ମା କାଳି ଓ ଦୁର୍ଗାଙ୍କର ଭୂଷଣ ନାଗ ଅଟେ. ବାସୁକୀ ନାଗ ପୃଥିବୀକୁ ଶିରରେ ବହନ କରିଛି. ଲକ୍ଷ୍ମଣ ଓ ବଳରାମ ଶେଷ ନାଗଙ୍କ ଅବତାର ବୋଲି କଥା ରହିଛି. ସମସ୍ତ ଶିବ ମନ୍ଦିରରେ ନାଗ ଫଣା ତଳେ ଶିବ ଲିଙ୍ଗ ବିରାଜମାନ କରେ.ଭାରତରେ ନାଗ ବା ସର୍ପ ପୂଜାର ପରମ୍ପରା ବହୁ ପ୍ରାଚୀନ l ନାଗ ପୂଜା ତାମିଲ ଓ ତେଲୁଗୁ ସମ୍ପ୍ରଦାୟ ଭିତରେ ବହୁଳ ପ୍ରସାର ଲାଭ କରିଛି l ଏହି ପରମ୍ପରାରେ ଗୋଟିଏ ପୂଜା ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ନାଗ ଦେବତାଙ୍କ ପୂଜା l ଏହା ନାଗ ଚତୁର୍ଥୀ ବା ନାଗଲ ଚତୁର୍ଥୀ ଭାବେ ପରିଚିତ. କାଶୀନଗର ଠାରେ ମଧ୍ୟ ଏହି ନାଗୁଣୀ ଚଉଠି ବହୁ ଆନନ୍ଦ ଉଲ୍ଲାସ ର ସହ ବହୁ ଦମ୍ପତି ଉଇ ହୁଙ୍କା ନିକଟରେ ଭକ୍ତି ପୂର୍ବକ ପୂଜା କରିଥାନ୍ତି.