July 6, 2024

ରାମନାଗୁଡା ଆୟୁଷ ଡିଗ୍ରୀ କଲେଜରେ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ରାମନାଗୁଡା ଆୟୁଷ ଡିଗ୍ରୀ କଲେଜରେ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟରେ ଓଡ଼ିଶା ସରକାର ସୂଚନା ଅନୁସାରେ ବହୁ ଆଡ଼ମ୍ବରରେ “ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଥିଲା।”ଦୁର୍ନୀତିକୁ ବିରୋଧ କରିବା ରାଷ୍ଟ୍ର ର ପ୍ରଗତି ପ୍ରତି ସମର୍ପିତ ରହିବା”। କାର୍ଯ୍ୟକ୍ରମ ଟି କଲେଜ ର ସେକ୍ରେଟାରୀ ଶ୍ରୀ ଉଦୟ ଚନ୍ଦ୍ର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ହୋଇଥିଲା।କଲେଜ ର ଅଧକ୍ଷ ଡ.ଦେବାଶିଷ ମହାପାତ୍ର, ସଙ୍ଗୀତା ପାଢ଼ୀ,ଜ୍ୟୋତିର୍ମୟୀ ରାଉତ,ପିଙ୍କି ଗୌଡ଼,ଅମ୍ବିକା କୁମାରୀ ପାତ୍ର, ରୋକି ଭୂୟାଁ,ଆଦି ସମସ୍ତ ବିଭାଗର ଅଧ୍ୟାପିକା ଓ ଅଧ୍ୟାପକ ସମେତ ଏକ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ନେଇ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା।ଏଥିରେ ରାମନାଗୁଡା ଥାନାର କର୍ମଚାରୀ ଗଣ ପ୍ରମୁଖ ସୋହଯୋଗ କରିଥିଲେ।ସକାଳ ଘ.୯:୦୦ଣ୍ଟିକା ସମୟରେ କଲେଜ ପରିସରରୁ ବାହାରି ରାମନାଗୁଡା ପୋଲିସ ଷ୍ଟେସନ ରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ହୋଇଥିଲା,ଯାହା ଦ୍ଵାରା ଛାତ୍ରଛାତ୍ରୀ ମାନେ ‘ଦୁର୍ନୀତିକୁ ବିରୋଧ କରିବା ‘ ସ୍ଲୋଗାନ ଦେଇ ରାମନାଗୁଡା ବାସୀଙ୍କୁ ସଚେତନ କରାଯାଇଥିଲା। ଯାହାର ପରିଣାମ ସ୍ୱରୂପ ସେମାନଙ୍କ ମନରେ ଉତ୍କଣ୍ଠା ଆଣିଥିଲା। ପଦଯାତ୍ରା ସମାପ୍ତ ପରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସକାଳ ଭୋଜନର ଆୟୋଜନ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ କଲେଜ ଗ୍ୟାଲେରୀ ରେ ସଭାକାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା।ଆୟୁଷ ଡିଗ୍ରୀ ମହାବିଦ୍ୟାଳୟ ର ସଭାପତିଙ୍କ ତତ୍ବାବଧାନରେ ସଭାଟି ଆଗକୁ ବଢ଼ାଯାଇଥିଲା। ସଭାପତିଙ୍କ ଦ୍ଵୀପ ପ୍ରଜଳନରେ କାର୍ଯ୍ୟକ୍ରମ ଟିଏ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସଭାପତି ମହୋଦୟ ନିଜର ଅଭିଭାଷଣ ମାଧ୍ୟମରେ “ସାଧୁତା ଓ ସ୍ବଚ୍ଛତା” ବାବଦରେ ବୁଝାଇଥିଲେ। ଅଧକ୍ଷ ମହୋଦୟ ଶ୍ରୀ ଦେବାଶିଷ ମହାପାତ୍ର “ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ରହିବା ସହିତ ଅନୁଶାସନ ପାଳନ କରିବା” ନିମନ୍ତେ ବୁଝାଇଥିଲେ । ଆର୍ୟାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅକ୍ରୁର ବେନିଆ ସଭାକାର୍ଯ୍ୟ ର ମୁଖ୍ୟ ଅତିଥି ହିସାବରେ ଆସି “ଦୁର୍ନୀତି ଓ ଦାୟିତ୍ଵ” ସମ୍ବଦ୍ଧରେ ବୁଝାଇବା ସମୟରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସମେତ ସମସ୍ତ ଛାତ୍ରଛାତ୍ରୀ ଦୁର୍ନୀତି କୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ସଭାରେ ପୂର୍ବ ଦିନ ହୋଇଥିବା ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ମାଧ୍ୟମରେ ଉତ୍ସାହିତ କରାଯାଇଥିଲା।ଓଡ଼ିଶା ସରକାରଙ୍କର ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ଆୟୋଜନ କରାଯାଇଥିବାରୁ ଛାତ୍ରଛାତ୍ରୀ,ଅଭିଭାବକ,ତଥା ସ୍ଥାନୀୟ ଜନସାଧାରଣଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା। ଶେଷରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ,ଅଧ୍ୟାପିକା ଓ ଅଧ୍ୟାପିକା,ଅତିଥି,ସାମ୍ବାଦିକ ବୃନ୍ଦ ଇତ୍ୟାଦି “ଦୁର୍ନୀତି ବନ୍ଦ , ଆମେ ସଂକଳ୍ପ ବଦ୍ଧ” ସ୍ଲୋଗାନ ମାଧ୍ୟମରେ ଏକ ସ୍ଵରରେ ସଭାକାର୍ଯ୍ୟ ଟି ସମାପ୍ତ ହୋଇଥିଲା।ଶେଷରେ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ କୁ ସମାପ୍ତ କରାଯାଇଥିଲା

ରିପୋର୍ଟ ସଞ୍ଜିବ କୁମାର ଦାଶ

You may have missed