October 5, 2024
Share

*ଖବର ଆଜିର*
ତାରିଖ ୦୫/୧୧/୨୦୨୩ ରବିବାର ।।

ନୂଆପଡ଼ାରେ ବାଘ ଆତଙ୍କ। ମହିଳାକୁ ମାରି ଖାଇବା ପରେ ଗାଁ ଛାଡ଼ୁନି କଲରାପତରିଆ ବାଘ। ଧରମବନ୍ଧା ଥାନା ଅନ୍ତର୍ଗତ ସିଲିଆରିବାହାରା ଗାଁରେ ମଣିଷ ଖିଆ ବାଘର ଦୌରାତ୍ମ ବଢିବାରେ ଲାଗିଛି। ସଞ୍ଜ ହେଲେ  ଗାଁରେ ତାଟି କବାଟ ପଡ଼ି ଯାଇଛି।

ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ ,  ଥାନା ଭିତରେ ପଚରାଉଚରା ଜାରି । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ ଅଧ୍ୟକ୍ଷା ।

ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ, ଏଏସଆଇକୁ ମିଳିଛି ଅନୁମତି । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ । ଟାଟାରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ହାଜର ହେଲେ ପ୍ରଦୀପ ପାଣୀଗ୍ରାହୀ ।

ଶରଣାର୍ଥୀ ଶିବିର ଉପରେ ଆକ୍ରମଣ, ଇସ୍ରାଏଲ୍‌କୁ ସ୍ପଷ୍ଟୀକରଣ ମାଗିଲା ଆମେରିକା ।

ବିଶ୍ୱକପ୍ କ୍ରିକେଟରେ ବଡ଼ ଟ୍ୱିଷ୍ଟ, ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ ରେସ୍‌କୁ ଫେରିଲା ପାକିସ୍ତାନ ।

ବିଶ୍ୱକପ୍‌ରୁ ବିଦା ହେଲା ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ; ୩୩ ରନ୍‌ ଜିତିଲା ଅଷ୍ଟ୍ରେଲିଆ ।

ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ରହିଛି ୭ ନକ୍ସଲ ପ୍ରଭାବିତ ଜିଲ୍ଲା।

ମହାରାଷ୍ଟ୍ରର ମହାଡ MIDCରେ ଥିବା ଏକ ଫାର୍ମାସିୟୁଟିକାଲ୍ସ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ୧୦ ଜଣ ଆହତ  ହୋଇଛନ୍ତି।

ଆସୁଛି କମଲ ହାସନଙ୍କ ହାଇବଜେଟ ତଥା ନୂଆ ସିନେମା ହିନ୍ଦୁସ୍ତାନୀ ଟୁ । ନୂଆ ଟିଜରରେ କମଲ, ରକୁଲ, ସିଦ୍ଧାର୍ଥଙ୍କ ଦମଦାର ଚରିତ୍ର ଉପସ୍ଥାପନ।

ସମ୍ବଲପୁର ଜିଲାରେ ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ।

ବୈତରଣୀ ନଦୀ ଉପରେ ବ୍ୟାରେଜ, ପରୀକ୍ଷା ମୂଳକ ଭାବେ କେନାଲରେ ଛଡାଗଲା ପ୍ରଥମ ପାଣି।

ପ୍ରତିଶ୍ରୁତି ପୂରଣ କଲେ ପ୍ରଧାନମନ୍ତ୍ରୀ: ଫଟୋ ଆଙ୍କିଥିବା ଝିଅକୁ ଲେଖିଲେ ଚିଠି, ନିର୍ବାଚନୀ ରାଲିରେ କରିଥିଲେ ପ୍ରଶଂସା ।

ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୫୭ ବିଲିଅନ ଡଲାର ବୃଦ୍ଧି; ମାସକରେ ସର୍ବାଧିକ ।

ମୁଖ୍ୟମନ୍ତ୍ରୀ ମକା ମିଶନ: ଦୁଇଟି ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର କଲା ଓରମାସ୍‌।

ନାରାୟଣପୁର ଜିଲ୍ଲାରେ ଛତିଶଗଡ ବିଜେପି ନେତା ରତନ ଦୁବେଙ୍କୁ ଅଜ୍ଞାତ ନକ୍ସଲମାନେ ହତ୍ୟା କରିଛନ୍ତି। ନଭେମ୍ବର ୭ ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ତିନି ଦିନ ପୂର୍ବରୁ ଏହି ଘଟଣା ଘଟିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଙ୍କ କାର୍ଯ୍ୟକାଳର ଏକ ବର୍ଷ ସଫଳତାର ସହ ପୂରା ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ସୁପ୍ରଭାତ ,ଶୁଭ ସକାଳ ।