November 26, 2024

ଡ଼ଙ୍ଗରପଡା ଦୁର୍ଗାପୂଜାରେ ସଂକୀର୍ତ୍ତନକୁ ଗୁରୁତ୍ୱ, ହେବ ଜିଲ୍ଲା ସ୍ତରୀୟ ସମ୍ମିଳନୀ 

Share

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ସମଗ୍ର ଯୁଯୋମୁରା ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାକୁ ନୁଆଁ ଢଙ୍ଗରେ ପାଳନ କରି ଇତିହାସ ରଚିଥିବା ଡ଼ଙ୍ଗରପଡା ଦୁର୍ଗାପୂଜା କମିଟି ଚଳିତ ବର୍ଷ ଗ୍ରାମାଞ୍ଚଳ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଏକ ନୁଆଁ ପରମ୍ପରା ତିଆରି କରିବାକୁ ପ୍ରୟାସ କରିଛି।

ପୂଜା ନାମରେ ବିଭିନ୍ନ ସ୍ଥାନରେ ମନୋରଞ୍ଜନ ପାଇଁ ଅପସଂସ୍କୃତିକୁ ପ୍ରାଧାନ୍ୟ ଦେଉଥିବା ବେଳେ ଡ଼ଙ୍ଗରପଡା ପୂଜା କମିଟି କିନ୍ତୁ ଗ୍ରାମାଞ୍ଚଳ ସଂସ୍କୃତିକୁ ଆଦରି ଜିଲ୍ଲା ସ୍ତରୀୟ ସଂକୀର୍ତ୍ତନ ସମ୍ମିଳନୀ ଆୟୋଜନ କରିବାକୁ ସ୍ତିର କରିଛି।ଆସନ୍ତା ୧୦ ତାରିଖ ଦିନ ଏହା ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୭୦ ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେବାକୁ ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇଥିବା ବେଳେ ଏହା ଆଗକୁ ବଢିବା ସମ୍ଭାବନା ରହିଛି।ଦିନ ୧୧ଟାରୁ ଏହା ଆରମ୍ଭ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ କମିଟି ଉପଦେଷ୍ଟା ପ୍ରଫେସର ପ୍ରଦୀପ କୁମାର ପଣ୍ଡା, ରାଧାକାନ୍ତ ବିଶ୍ୱାଳ, ବଂଶୀଧର ବେହେରା ଓ କୃଷ୍ଣଚନ୍ଦ୍ର ବିଶ୍ୱାଳ ଙ୍କ ସହିତ କମିଟିର ବିଭିନ୍ନ ସଦସ୍ୟ ମାନଙ୍କ ପରିଚଳନାରେ ଏହା ଅନୁଷ୍ଠିତ ହେବ।ଏଥିରେ ଯୋଗ ଦେଉଥିବା ସମସ୍ତ ଦଳକୁ ପ୍ରଶଂସା ମାନପତ୍ର ଦେଇ ସମ୍ମାନିତ କରାଯିବ ବୋଲି କମିଟି ସଭାପତି ଦିଲ୍ଲୀପ କୁମାର ପଣ୍ଡା ଓ ସମ୍ପାଦକ ଅୟସକାନ୍ତ ବଡ଼ପଣ୍ଡା ସୂଚନା ଦେଇଛନ୍ତି।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed