October 5, 2024

ଆମିଷ ବଜାର ବାସୁଗୁଡା ଠାରେ ଆରମ୍ଭ କରିବା ପାଇଁ ଜରୁରୀ ବୈଠକ

Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟା ଳୟ ପ୍ରକୋଷ୍ଠ ରେ ଆଜି ଆମିଷ ବଜାର ବାସୁ ଗୁଡା ଠାରେ ଆରମ୍ଭ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. କୋଟା ଧିକ ଟଙ୍କା ବ୍ୟୟ ରେ ନିର୍ମିତ ଏହି ଆମିଷ ବଜାର କୁ କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା ହୋଇଥିଲା. ବ୍ୟବସାୟୀ ତାଙ୍କ ସମସ୍ୟା ପ୍ରକାଶ କରିଥିଲେ. ଏହାର ସମାଧାନ କରାଯିବ ବୋଲି ପୌରାଧକ୍ଷ ପ୍ରତିଶୁତି ଦେଇଥିଲେ.ମାଛ ଏବଂ ମାଂସ ମନ ଇଚ୍ଛା ରାସ୍ତା କଡ଼ ରେ ଏବଂ ବ୍ୟବସାୟୀ ଙ୍କ ଘରେ ବିକ୍ରି ନ କରିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା. ଉପ ଜ଼ିଲ୍ଲା ପାଳ ଏ ଶସ୍ୟା ରେଡ୍ଡୀ 15ଦିନ ମଧ୍ୟ ରେ ବାସୁଗୁଡା ଠାରେ ଦୋକାନ ଆରମ୍ଭ କରିବା ପାଇଁ ନିର୍ଦେଶ ଦେଇ ଥିବା ଜଣାଯାଇଛି I ସୂଚନା ଅନୁଯାଇ ପାଞ୍ଚ ବର୍ଷ ରୁ ଅଧିକ ଦିନ ହେବ ଜାତୀୟ ରାଜ ପଥ କଡ଼ରୁ ଆମିଷ ବଜାର କୁ ସ୍ଥାନାନ୍ତର କରିବା ପାଇଁ ବାସୁଗୁଡା ଠାରେ ପାଚେରି ସହ ଷ୍ଟଲ ଗୁଡିକ ନିର୍ମାଣ ହୋଇ ନୂତନ ଆମିଷ ବଜାର ଉଦଘାଟନ କରାଯାଇ ସେଠାରେ ଦୋକାନ ଆରମ୍ଭ କରାଯାଇଥିଲା. ହେଲେ ସେବେ ଠାରୁ ବିଭିନ୍ନ ଆଳ ଦେଖାଇ ପୁଣି ପୁରୁଣା ସ୍ଥାନ ରେ ବିକ୍ରି ଆରମ୍ଭ ହେଉ ଥିଲା ତେଣୁ ଜନ ସାଧାରଣ ତୀବ୍ର ଅସନ୍ତୋଷ ଲାଗି ରହିଥିଲା ଏବଂ ନିୟମ ଅନୁଯାଇ ତୁରନ୍ତ ରାସ୍ତା କଡ଼ ରୁ ମାଂସ ବଜାର କୁ ସ୍ଥାନାନ୍ତର କରିବା ପାଇଁ ଜନ ସାଧାରଣ ରେ ଦାବୀ ହୋଇ ଆସୁଥିବା ବିଭିନ୍ନ ଗଣ ମାଧ୍ୟମ ରେ ମଧ୍ୟ ବହୁ ବାର ପ୍ରକାଶ ପାଇଥିଲା. ଏହାକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷ ରୁ ଉଚିତ ପଦ କ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣାଯାଇଛି Iନିର୍ବାହୀ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପାଢ଼ୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଉପ ଜ଼ିଲ୍ଲାପାଳ ଏ ଶସ୍ୟା ରେଡ୍ଡୀ. ଏସଡିପିଓ ତୋପସ୍ବିନୀ କଁଅର. ଥାନାଅଧିକାରୀ ପୋରମାନନ୍ଦ ସୁନାନୀ. ପୌରାଧକ୍ଷ ଏମ ସଙ୍କର ରାଓ ନାଇଡ଼ୁ. ତହସିଲଦାର କିର୍ତ୍ତୀ ଚନ୍ଦ୍ର ପ୍ରଧାନ. ଉପସ୍ଥିତ ଥିଲେ I ସମସ୍ତ ବ୍ୟବସାୟୀ ଙ୍କ ଉପସ୍ଥିତି ରେ ପନ୍ଦର ଦିନ ମଧ୍ୟରେ ବାସୁଗୁଡା ଠାରେ ଦୋକାନ ଆରମ୍ଭ କରିବା ପାଇଁ ସ୍ଥିର ହୋଇଥିବାର ଜଣାଯାଇଛି. ମାଂସ. ମାଛ ଦର ତାଲିକା ସହ ହେଲଥ ଇନସ୍ପେକଟର ଏବଂ ଫୂଡ଼ ଇନସ୍ପେକଟର ଙ୍କ ସିଲ ରହିବା ଆବଶ୍ୟକ ବୋଲି ଜନ ସାଧାରଣ ରେ ଦାବୀ ହେଉଅଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା