March 10, 2026

ରସୁଲପୁର ଓ ମୂଳିସିଂହ ରେ ମହମ୍ମଦ ଙ୍କ ୧୫୦୦ ଜୟନ୍ତୀ ପାଳନ ..

IMG-20250905-WA0033
Share

ତିର୍ତ୍ତୋଲ ତା ୫/୯/୨୦୨୫ ଇସଲାମ ଧର୍ମ ର ମାର୍ଗଦର୍ଶକ ମହମ୍ମଦ ଙ୍କ ୧୫୦୦ ତମ ଜୟନ୍ତୀ, ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅଧୀନ ବିରିତୋଳ ପଞ୍ଚାୟତ , ରସୁଲପୁର ଓ ମୂଳିସିଂହ ପଞ୍ଚାୟତରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ରସୁଲପୁର ରେ ବସ୍ତିର ମୂରବି ତଥା ବିଶିଷ୍ଟ ସମାଜସେବୀ ଶେଖ୍ ତମିଜ୍ ଉଦ୍ଦିନ ଙ୍କ ନେତୃତ୍ୱରେ ଏହି ଉପଲକ୍ଷେ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରା ନଗରପରିକ୍ରମା କରି ସହରହାଟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶିଶୁ, ବାଳକ, ଯୁବକ, ବୟସ୍କ ଓ ବରିଷ୍ଠ ନାଗରିକ ମାନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ, ଆନୁଷ୍ଠାନିକ ଭାବେ ବହୁ ଗରିବ ଅସହାୟ ଲୋକମାନଙ୍କୁ ବସ୍ତ୍ର, ଅର୍ଥ ଓ ଉପଢ଼ୌକନ ଆଦି ପ୍ରଦାନ କରାଯାଇଥିଲା। ଶାନ୍ତି ମୈତ୍ରୀ ଓ ସଦଭାବନା ପ୍ରତିଷ୍ଠା, ଏହି ଶୋଭାଯାତ୍ରା ର ଲକ୍ଷ୍ୟ ଓ ଆଭିମୁଖ୍ୟ ବୋଲି ଶେଖ୍ ତମିଜ ଉଦ୍ଦିନ ସୂଚନା ପ୍ରଦାନ କରିଥିଲେ । ପରଷ୍ପର ମଧ୍ୟରେ ମିଷ୍ଠାନ ବଣ୍ଟନ ସହିତ ସମୁହ ପ୍ରାର୍ଥନା ସଭାର ମଧ୍ଯ ଆୟୋଜନ କରାଯାଇଥିବାର ଦେଖିବାକୁ ମିଳିଥିଲା। ଅନୁରୂପ ଭାବରେ ଆଉରଙ୍ଗଜେବ ଦ୍ୱାରା ପ୍ରତିଷ୍ଠିତ ଐତିହାସିକ ମୁଳୀସିଂହ ଶୁନ ମସଜିଦ ନିକଟରେ ମଧ୍ଯ ଏହି ଜନ୍ମୋତ୍ସବ ପାଳନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ମଦ୍ରସା ର ବିଦ୍ୟାର୍ଥୀ ମାନଙ୍କ ସହଭାଗିତା ରହିଥିଲା।ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର