ଆଜିର ଖବର…
୧-ଉପରମୁଣ୍ଡରେ ଲଗାଣ ବର୍ଷା, ହୀରାକୁଦ ଖୋଲିଲା ଆଉ ୧୦ ଫାଟକ, ମହାନଦୀରେ ବନ୍ୟା ଆଶଂକା। ମୋଟ୍ ୧୬ ଗେଟ୍ ଦେଇ ପାଣି ଛାଡ଼ୁଛି ହୀରାକୁଦ।
୨-ସେପ୍ଟେମ୍ବର ୮ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ ସ୍ଥଗିତ। ପରବର୍ତ୍ତୀ ଜନଶୁଣାଣୀ ସମୟ ଓ ତାରିଖ ବିଭିନ୍ନ ଗଣମାଧ୍ୟମରେ ଜଣାଇଦିଆଯିବ।
୩-ସେପ୍ଟେମ୍ବର ୧୭ରେ ୫୦ ହଜାର ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ, ନଭେମ୍ବରରୁ PM ଆବାସ।
୪-କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ଅନୁମତି, ଦୁର୍ଗାପୂଜା ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ।
୫-ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼, ଯୋଗ୍ୟଙ୍କୁ ସାମିଲ୍ ଏବଂ ଅଯୋଗ୍ୟ ପଡ଼ିବେ ବାଦ୍।
୬-କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନଆଇଆରଏଫ୍ ରାକିଂ ପ୍ରକାଶ।କଲେଜ କ୍ୟାଟାଗୋରୀରେ ଟପ୍-୧୦୦ରେ ଓଡ଼ିଶାର କୌଣସି କଲେଜ ସ୍ଥାନ ପାଇନି।
୭-ପୁରୀ:ଶ୍ରୀନଅରରେ ପାଳିତ ହେଉଛି ସୁନିଆ ଉତ୍ସବ, ଆରମ୍ଭ ହେଲା ଗଜପତି ମହାରାଜଙ୍କ ୬୯ ଅଙ୍କ,୧୪୩୩ ସାଲ।
୮-ଭୁବନେଶ୍ୱର:ନଭେମ୍ବର ୧୪ରୁ ଆରମ୍ଭ ହେବ ରାଜଧାନୀ ପୁସ୍ତକ ମେଳା, ସହିଦନଗର ଦୁର୍ଗାପୂଜା ପଡ଼ିଆରେ ୨୩ ଯାଏଁ ଚାଲିବ।
୯-ଝାଡ଼ଖଣ୍ଡ:ଶ୍ରୀକେଡାଇ ଜଙ୍ଗଲରେ ପୁଲିସ୍ -ମାଓବାଦୀ ମୁହାଁ ମୁହିଁ,ଦୁଇ ଯବାନ ସହିଦ,ଜଣେ ଗୁରୁତର।
୧୦-ଭଦ୍ରକ:ବ୍ରାଉନ ସୁଗାର ବେପାରୀଙ୍କ ଉପରେ ପ୍ରହାର, ୪ ଗିରଫ, ୩୫ ଗ୍ରାମ ବ୍ରାଉନ ସୁଗାର ସହ କାର ଜବତ।
୧୧-ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ, ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ହେବ ପଞ୍ଜିକରଣ ବ୍ୟବସ୍ଥା।
୧୨-ଯାଜପୁର ରୋଡ଼:ବଜ୍ରାଘାତରେ ୩ ସପ୍ତମ ଶ୍ରେଣୀ ଛାତ୍ରୀ ଆହତ, କୋରେଇ ବ୍ଲକରେ ଅଘଟଣ।
୧୩-ସ୍ପଷ୍ଟ ଦିବାଲୋକରେ ରାଜଧାନୀରେ ଲୁଟେରାଙ୍କ ଆତଙ୍କ: ଚନ୍ଦକାରେ ୮ଟି ଫ୍ଲାଟରେ ବୁଲାଇଲେ କଳା କନା।
୧୪-ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ, ଏମ୍ସ ପକ୍ଷରୁ ଜାରି ହେଲା ବୁଲେଟିନ୍।
୧୫-ଆସନ୍ତା ରବିବାର ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ; ମା’ ସମଲେଶ୍ୱରୀଙ୍କ ଦେବନୀତିରେ ହେବ ପରିବର୍ତ୍ତନ।
୧୬-ସ୍ନେହାଙ୍ଗିନୀ ଛୁରିଆ ପୁଣି ଥରେ ମହିଳା ବିଜେଡି ସଭାନେତ୍ରୀ ନିଯୁକ୍ତ।
୧୭-ପୁରୁଷ ଏସିଆ କପ୍ ହକି ସୁପର -୪ ପର୍ଯ୍ୟାୟ,ମାଲେସିଆକୁ ୪-୧ ଗୋଲରେ ହରାଇଲା ଭାରତ।
୧୮-ଏବେ UPI ମାଧ୍ୟମରେ କରାଯାଇପାରିବ ବଡ଼ ପେମେଣ୍ଟ; NPCI ବୃଦ୍ଧି କଲା ସୀମା, ଏଣିକି ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ପରିମାଣର କରିପାରିବେ କାରବାର।
୧୯-ଫ୍ୟାସନ ଡିଜାଇନରେ ବିପ୍ଲବ ଆଣିଥିବା କମ୍ପାନୀ ଅର୍ମାନୀର ସଂସ୍ଥାପକ ଜର୍ଜିଓ ଅର୍ମାନୀଙ୍କ ପରଲୋକ।
୨୦-ୟୁକ୍ରେନରେ ଶାନ୍ତି ପାଇଁ ଭାରତ ଉପରେ ଲଗାଇଛୁ ଟାରିଫ: US ସୁପ୍ରିମକୋର୍ଟରେ ଟ୍ରମ୍ପ ପ୍ରଶାସନର ଅଜବ ଯୁକ୍ତି।
*ଶିକ୍ଷକ ଦିବସରେ ଆମର ସମସ୍ତ ଗୁରୁଜନ ଙ୍କ ଆଶୀର୍ବାଦ ଭିକ୍ଷା ଲାଭ କରିବା ସହ ଅଭିନନ୍ଦନ ଜ୍ଞାପନ କରୁଛୁ*
