September 21, 2024

ଗଣେଶ ମୂର୍ତ୍ତି କୁ ଅତି ସୁନ୍ଦରଭାବରେ ଗଢିବାରେ ବ୍ୟସ୍ତ ଶିଳ୍ପୀ l

Share

ଆଉ ଦୁଇଦିନ ପରେ ଶ୍ରୀଗଣେଶ ପୂଜା l ପ୍ରତି ଜାଗାରେ ପୂଜା ପାଇବେ ଶ୍ରୀଗଣେଶ l ସେଥିପାଇଁ ପ୍ରତିଯାଗାରେ ଶିଳ୍ପୀମାନେ ମୂର୍ତ୍ତି ଗୁଡିକୁ ଶେଷ ସ୍ପର୍ଶ ଦେବାରେ ମଗ୍ନ ଥିବାବେଳେ ଆମ ଚାନେଲ ପକ୍ଷରୁ ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋରାପୁର ଗ୍ରାମର ମୂର୍ତ୍ତି କାରିଗର ବାସୁଦେବ ମୁଦୁଲିଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ଖଳା ନିକଟରେ ପହଞ୍ଚିଥିଲୁ l ଏହି ମୂର୍ତ୍ତି ତିଆରି କରିବାରେ ବାସୁଦେବ ଙ୍କୁ ତାଙ୍କ ସ୍ତ୍ରୀ ଝୁନାମଣି ମୁଦୁଲି ବାପା ଜୁଜୁ ମୁଦୁଲି, ମା ରାଣୀ ମୁଦୁଲି ଏବଂ ପୁତ୍ର ଧନଞ୍ଜୟ ମୁଦୁଲି ସାହାଯ୍ୟ କରୁଛନ୍ତି l ମୂର୍ତ୍ତି ତିଆରି ପାଇଁ ମାଟି ହିଁ ମୁଖ୍ୟ ସମସ୍ୟା ବୋଲି ବାସୁଦେବ କହିଥିଲେ l ଦୀର୍ଘ ଚାରିମାସ ତଳୁ ଏହି ଗଣେଶ ମୂର୍ତ୍ତି କାର୍ଯ୍ୟ ଆରମ୍ଭ କଲେଣି ପରିଶ୍ରମ ଅନୁସାରେ ନିଜର ଖର୍ଚ୍ଚ ମିଳୁନି ବୋଲି କହିଥିଲେ ବାସୁଦେବ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ