September 21, 2024

ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଗୁରୁ ଦିବସ ପାଳିତ 

Share

 

ବେଲଗୁଣ୍ଠା-05/9- ଆଜି ଡକ୍ଟର ସର୍ବ ପଲ୍ଲୀ ରାଧାକୃଷ୍ଣ ଙ୍କ ସ୍ମୃତି ତଥା ଜନ୍ମ ଦିବସ ରେ ସାରା ଭାରତ ରେ ଗୁରୁ ଦିବସ ପାଳନ ହୋଇ ଯାଇଅଛି । ଏହି ଅବସରରେ ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଗୁରୁ ଦିବସ ପାଳିତ ହୋଇଥିଲା I କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରା ଉଦ୍ଘାଟନ କରି ଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ଏଥିରେ ମୁଖ୍ୟବକ୍ତା ଭାବେ ଗୋରକ୍ଷା ଆଶ୍ରମ ସଞ୍ଚାଳକ ଶ୍ରୁତି ପ୍ରିୟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଗୁରୁ ଦିବସର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ I ଏହି ଅବସରରେ ସବୁ ଶ୍ରେଣୀରେ ପ୍ରଶ୍ନ ମଞ୍ଚ ଅନୁଷ୍ଠିତ ହୋଇଥିଲା I ସମସ୍ତ ବିଭଗ ର ଛାତ୍ର ଛାତ୍ରୀ ପୁରସ୍କୃତ ହୋଇଥିଲେ।ଛାତ୍ରଛାତ୍ରୀ ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଫୁଲ ଚନ୍ଦନ ଦେଇ ଗୁରୁ ପୂଜନ କରିଥିଲେ I ଗୁରୁଜୀ ସୁକାନ୍ତ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I ଅନୁଷ୍ଠାନ ର ଶୁଭଶ୍ରୀ, ଶୁଭମ୍, ଟୁନି, ମହାଲକ୍ଷ୍ମୀ, ପିଙ୍କି, ମାହେଶ୍ୱରୀ, ମୋତି, ଅର୍ପିତା, ସନ୍ଧ୍ୟା, ରୁନୀ, ସୁଜାତା, ମାଧୁରୀ, ଶିମ୍ରନ, ବିଶ୍ମିତା ଗୁରୁମା ଏବଂ ଶିବରାମ, ସତ୍ୟ, ଗୁଣ୍ଡିଚା, ବସନ୍ତ, କୀର୍ତ୍ତି, ସୋଭେନ୍ଦ୍ର ଓ ସନ୍ତୋଷ ଗୁରୁଜୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ