September 21, 2024

ସୁଭଦ୍ରା ଯୋଜନା ନେଇ ବ୍ଳକ ଗହଳଚହଳ

Share

ବୋରିଗୁମ୍ମା—ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ରେ ରାଜ୍ୟରେ ପ୍ରତେକ ମହିଳା ଉପକୃତ ହେବାକୁ ଯାଉଛନ୍ତି।ସୁଭଦ୍ରା ଯୋଜନାରେ ହିତାଧିକାରୀ ଙ୍କୁ ରାଜ୍ୟ ସରକାର ବର୍ଷ କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ପାଞ୍ଚ ବର୍ଷ ପ୍ରଦାନ କରିବେ।ଅଙ୍ଗନବାଡି କର୍ମୀ ମାନେ ସୁଭଦ୍ରା ଯୋଜନାରେ ଆବେଦନ ଥିବା କରିବାକୁ ଥିବା ଫର୍ମ ବିନା ମୂଲ୍ୟରେ ଯୋଗାଇଲେଣି।ତେବେ ଏଥିପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ଯୋଗୁଁ ହିତାଧିକାରୀ ମାନେ ଆଧାର କେନ୍ଦ୍ର ରେ ଗହଳି ଦେଖିବାକୁ ମିଳୁଛି।ଅନେକ ମହିଳା ଙ୍କ ଆଧାର କାର୍ଡ ରେ ମୋବାଇଲ ନମ୍ବର ନ ଥିବା ଯୋଗୁଁ ମୋବାଇଲ ନମ୍ବର ଲିଙ୍କ କରିବା ପାଇଁ ଆଧାର କେନ୍ଦ୍ର ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳୁଛି।ଗ୍ରାମାଞ୍ଚଳର ମହିଳା ସକାଳୁ ବୋରିଗୁମ୍ମା ସହର କୁ ଆସି ଆଧାର କେନ୍ଦ୍ର ନିକଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ଦେଖାଦେଇଛି।ସୁଭଦ୍ରା ଯୋଜନା ରେ ଆବେଦନ ପାଇଁ ବୋରିଗୁମ୍ମା ବ୍ଳକ ରେ ମହିଳା ମାନଙ୍କ ମଧ୍ୟରେ ଉତ୍ସlହଜନକ ଦେଖାଦେଇଛି।ବୋରିଗୁମ୍ମା ସହର ରେ ସୁଭଦ୍ରା ଯୋଜନା ରେ ଆବେଦନ ନିମନ୍ତେ ମହିଳା ମାନେ ଜେରେକ୍ସ ଦୋକାନ ଠାରୁ ଆରମ୍ଭ କରି ଆଧାର କେନ୍ଦ୍ର ପର୍ଯ୍ୟନ୍ତ ଗହଳଚହଳ ହୋଇଛି ।ପ୍ରକାଶ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସି ଆସନ୍ତା ୧୭ ତାରିଖ ଦିନ ସୁଭଦ୍ରା ଯୋଜନାରେ ହିତାଧିକାରୀ ଙ୍କୁ ଅର୍ଥ ରାଶି ପ୍ରଦାନ କରିବେ।