November 21, 2024

ନିଆରା ଭିନ୍ନକ୍ଷମ କଳା ଶିକ୍ଷକ ଉପେନ୍ଦ୍ର ସ୍ୱାଇଁ

Share

ନିଆରା ଭିନ୍ନକ୍ଷମ କଳା ଶିକ୍ଷକ ଉପେନ୍ଦ୍ର ସ୍ୱାଇଁ
ଅସ୍ତରଙ୍ଗ,5/9(ନିପ୍ର )”ଗୁରୁ ଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର ” ଗୁରୁ ବିନା ଏ ସଂସାର ରେ କୌଣସି ପ୍ରକାର କାର୍ଯ୍ୟ ସମ୍ଭବ ନୁହେଁ, ଆଜି ଦୁନିଆ ରେ ଯିଏ ଯେତେ ଉପରକୁ ଯାଇଛି ସମସ୍ତ ଙ୍କ ପଛରେ ଗୋଟେ ଗୁରୁଙ୍କ ଆଶୀର୍ବାଦ ରହିଛି, ଆଜି ହେଉଛି ସେପ୍ଟେମ୍ବର ୫, ସର୍ବପଲ୍ଲୀ ରାଧାକ୍ରୀଷ୍ଣା ନ ଙ୍କ ଜନ୍ମଦିନ ଆଉ ଏହି ଦିନ ପୁରା ଭାରତ ବର୍ଷ ପାଳନ କରୁଛି ପବିତ୍ର ଗୁରୁ ଦିବସ, ଅର୍ଥାତ ଗୁରୁ ଙ୍କ ପାଇଁ ଦିନ ଟିଏ, ଆମେ ଆଜି ଭେଟିଥିଲୁ ଅସ୍ତରଙ୍ଗ ବ୍ଲକ ପାଟଅଳଦା ଗ୍ରାମ ର ଜଣେ ଭିନ୍ନକ୍ଷମ ଗୁରୁ ଉପେନ୍ଦ୍ର ସ୍ୱାଇଁ ଙ୍କୁ, ଭିନ୍ନକ୍ଷମ ହେଲେ ବି ଜୀବନ ଯୁଦ୍ଧ ରେ ହାରି ନାହାନ୍ତି ଉପେନ୍ଦ୍ର, ଆଜି ବି ଛୋଟ ଠୁ ବୟସ୍କ ସମସ୍ତ ଙ୍କୁ ଦେଉଛନ୍ତି ବାଦ୍ୟ ଆଉ ଗୀତ ର ଶିକ୍ଷା, ଆଉ ଏହି ପବିତ୍ର ଦିନ ରେ ତାଙ୍କ ର ଅନେକ ଶିଷ୍ୟ ଧାଇଁ ଆସିଛନ୍ତି ଆଜି ଏହି ଗୁରୁ ଙ୍କ ଦର୍ଶନ ପାଇଁ, ଆଉ ନେଉଛନ୍ତି ସାନିଧ୍ୟ,
ଉପେନ୍ଦ୍ର ୧୯୭୬ ମସିହା ରେ ନିମାପଡା କଳା କଳ୍ପନା ଏକାଡେମୀ ରେ ସଙ୍ଗୀତ ଓ ବାଦ୍ୟ ର ଶିକ୍ଷା ନେଇଥିଲେ ଆଉ ଅସ୍ତରଙ୍ଗ, କାକଟପୁର ର ବିଭିନ୍ନ ଅଂଚଳ ରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ କିଛି ଉପାର୍ଜନ କରୁଥିଲେ ଆଉ ଆଜକୁ ପାଖାପାଖି ତିରିଶ ବର୍ଷ ହେବ ପାଟଅଳଦା ସୀତାରାମ ଆଶ୍ରମ ରେ ଦେଇ ଆସୁଛନ୍ତି ସଙ୍ଗୀତ ବାଦ୍ୟ ର ଶିକ୍ଷା, ସେ କୌଣସି କାରଣ ରୁ ପକ୍ଷାଘାତ ରୋଗ ରେ ପଡି ଜଣେ ଭିନ୍ନକ୍ଷମ କିନ୍ତୁ ତଥାପି ଶିକ୍ଷା ଦାନ ବନ୍ଦ ହୋଇନି ଗୁରୁ ଉପେନ୍ଦ୍ର ଙ୍କ ର ଶିକ୍ଷା ଦାନ,
ପକ୍ଷାଘାତ ରୋଗ ରେ ଗୋଟେ ପଟ ଅଙ୍ଗ ସମ୍ପୂର୍ଣ୍ଣ ଅଚଳ, ଜଣକ ସହାୟତା ରେ ଉଠିବା, ବସିବା ଠୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କରନ୍ତି, କିନ୍ତୁ ଗୋଟେ ହାତରେ ତବଲା, ହାରମୋନୀୟମ୍ ବଜାଉଛନ୍ତି ଉପେନ୍ଦ୍ର, ଯାହାକୁ ଖାଲି ଆଖିରେ ନଦେଖିଲେ କେହି କେବେ ବିଶ୍ୱାସ କରିବେନି, ଆଉ ସବୁଠୁ ବଡ କଥା ହେଲା ଉପେନ୍ଦ୍ର ଙ୍କ ଠୁ ଶିକ୍ଷା ଲାଭ କରି ଅନେକ ସଙ୍ଗୀତ ଶିକ୍ଷକ ଆଜି ରୋଜଗାର କ୍ଷମ ହେଇଛନ୍ତି ଆଉ ଆଜି ଭଳି ପବିତ୍ର ଦିନ ରେ ଆସିଛନ୍ତି ଗୁରୁ ଙ୍କୁ ପୂଜା କରି ତାଙ୍କ ଆଶୀର୍ବାଦ ନେବାକୁ ଏହି ପବିତ୍ର ଦିନ ରେ
କାହା ଠୁ କେବେ କୌଣସି ଅର୍ଥ ଜୋର କରିନାହାନ୍ତି ଉପେନ୍ଦ୍ର, ଯେତେବେଳେ ଯିଏ ଯାହା ଦେଲା ତାହାକୁ ଗୁରୁ ଦକ୍ଷିଣା ଭାବେ ଗ୍ରହଣ କରି ନିଜ ଖର୍ଚ୍ଚ ତୁଲାନ୍ତି ଆଉ ତାସହିତ କିଛି ସଙ୍ଗୀତ ଶିକ୍ଷକପରିବାର ଙ୍କୁ ଅର୍ଥ ପ୍ରଦାନ କରନ୍ତି ଉପେନ୍ଦ୍ର, ସତରେ
ସେ ଅର୍ଜୁନ ଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟ ହୁଅନ୍ତୁ, କି ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆରକେରକର ହୁଅନ୍ତୁ, ଗୁରୁ ଶିଷ୍ୟ ଙ୍କ ନିଆରା ପରମ୍ପରା ଆଜି ବି ଭାରତ ଇତିହାସ ରେ ସ୍ୱତନ୍ତ୍ରତା ବଜାୟ ରଖିଛି, ଆଉ ଅସ୍ତରଙ୍ଗ ଅଂଚଳ ର ଭିନ୍ନକ୍ଷମ ଗୁରୁ ଉପେନ୍ଦ୍ର ସାଜିଛନ୍ତି ଗୁରୁ ପରମ୍ପରା ର ଏକ ପ୍ରକାର ଅନନ୍ୟ ଉଦାହରଣ l.                                                                                                ଦୁଃଶାସନ ନାୟକ,ଅସ୍ତରଙ୍ଗ