August 5, 2026

ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପିତାମାତା – ଶିକ୍ଷକ ସମ୍ମିଳନୀ 

IMG-20260805-WA0006
Share

 

 

ବେଗୁନିଆ-( ଉପାନ୍ତ ଖବର ମାନସ ରଞ୍ଜନ କର)ବେଗୁନିଆ ମଣ୍ଡଳ ଅନ୍ତର୍ଗତ ପିଏମ୍ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ପୈ।ରୋହିତ୍ୟ ଓ ଶିକ୍ଷକ ଶ୍ରୀକାନ୍ତ ପଣ୍ଡାଙ୍କ ତତ୍ତ୍ଵାବଧାନରେ ପ୍ରଥମ ପିତାମାତା – ଶିକ୍ଷକ ସମ୍ମିଳନୀ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ ସୁରଭି, ଦଶମ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଶତକଡା ୫ ଭାଗ A1 ଗ୍ରେଡ଼ ପ୍ରାପ୍ତି ଓ ଶତ ପ୍ରତିଶତ ବିଦ୍ୟାର୍ଥୀଙ୍କ ଉତ୍ତୀର୍ଣ୍ଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟଙ୍କ ‘ରେଜ୍’ ଯୋଜନାର ସଫଳତା ଏବଂ ଜିଲ୍ଲା ସହ ଶିକ୍ଷାଧିକାରୀ ରଶ୍ମୀବାଳା ପରିଡ଼ା, ପ୍ରଜ୍ଞା ପାରମିତା ଜେନା ଓ ବିଜୟ ବେହେରାଙ୍କ ନିର୍ଦ୍ଦେଶନାରେ ନେବାକୁ ଥିବା ବିଭିନ୍ନ ପଦକ୍ଷେପ, ଷଷ୍ଠରୁ ନବମ ବିଦ୍ୟାର୍ଥୀଙ୍କ ଶୈକ୍ଷିକ ପ୍ରଗତି ନିମିତ୍ତ ବିଷୟ ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ସ୍ଥିରୀକୃତ ଯୋଜନା, ବରିଷ୍ଠ ଶିକ୍ଷକ ସୈ।ମ୍ୟରଞନ ସାହୁ ନୁତନ ଭାବେ ଗଠିତ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷୟିତ୍ରୀ ମୋହିନୀ କାନ୍ତି ଦାସ ବିଦ୍ୟାଳୟ ବାହାରେ ଥିବା ଓ ଅଧାରେ ପାଠ ଛାଡିଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା, ରିଶ୍ମାରଶ୍ମି ପାଇକରାୟ ନିଶାମୁକ୍ତ ଭାରତ ଅଭିଯାନ, ବିଜୟଲକ୍ଷ୍ମୀ ସାମନ୍ତରାୟ ଆକଳନ ରୂପରେଖ ଓ ଇନ୍ସିନରେଟର ଭେଣ୍ଡିଙ୍ଗ ମେସିନ, ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ‘ମା ପାଇଁ ଗଛଟିଏ ‘ ଓ ସ୍ୱଚ୍ଛତା ପକ୍ଷ ପାଳନ, ପ୍ରଭାତ କୁମାର ନିଶଙ୍କ ‘ଘରେ ଘରେ ତ୍ରୀରଙ୍ଗା’, ହିମାଂଶୁ ଭୁଷଣ ସ୍ୱାଇଁ ଡିଜିଟାଲ ଓ ବୃତ୍ତି ମାର୍ଗଦର୍ଶନ କ୍ଷେତ୍ରରେ ପିତାମାତାଙ୍କ ଭୂମିକା ଓ ଶିକ୍ଷୟିତ୍ରୀ ଆଶା ମୂର୍ମୁ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବାରିକ ଓ ସଭ୍ୟା ସୁଜାତା ରଥ, ଅଭିଭାବିକା ଦିପ୍ତିମୟୀ ସାହୁ , ସଂଘମିତ୍ରା ବେହେରା ଏବଂ ଆଶ୍ୱ।ସନା ପଣ୍ଡା ନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ। ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କନିଷ୍ଠ କିରାଣୀ କିରଣବାଳା ଜେନା, ଶିକ୍ଷା କର୍ମଚାରୀ ବିରଞ୍ଚି ନାରାୟଣ ସାହୁ, ସନ୍ତୋଷ ଗୁମାନସିଂ, ବିଶ୍ୱ ରଞ୍ଜନ ପରିଡ଼ା ଉକ୍ତ ବୈଠକରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।