August 5, 2026
ajiro khabar
Share

୧-ଭୁବନେଶ୍ୱର:ବନ୍ଯା ଭାଙ୍ଗି ଦେଲା ଚାଷୀ ମେରୁଦଣ୍ଡ,ତଳି,ରୁଆଧାନ, ପନିପରିବା ଫସଲ ନଷ୍ଟ।

୨-ଭୁବନେଶ୍ୱର: ଦ୍ବୈତ ନଗରୀରୁ ୪୮ ବାଂଲାଦେଶୀ ବିଦା, କଲିକତା ଦେଇ ସ୍ବଦେଶ ପଠାଗଲା।

୩-ବଡ଼ ନିଷ୍ପତ୍ତି: ଓଡ୍ରାଫ୍ (ODRAF) ହେବ SDRF,ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ।

୪-ରାୟଗଡ଼ା,ରିଭଲକଣା ବିଦ୍ୟାଳୟ:ରାଗିଂ ଅଭିଯୋଗ,ବ୍ଯାଟରେ ୨୭ କନିଷ୍ଠ ଛାତ୍ରଙ୍କୁ ମାଡ଼,୬ଜଣଙ୍କ ବିରୋଧରେ ମାମଲା ରୁଜୁ।

୫-ରଥଯାତ୍ରାରେ ପୁରୀ ପୋଲିସର ବଡ଼ ସଫଳତା; ୧୭୫ ଲୁଟେରା ଗିରଫ, ୩୦୪ ହଜିଥିବା ମୋବାଇଲ ଫେରିଲା ମାଲିକଙ୍କ ହାତକୁ।

୬-କଟକ:ଦୁଇ ବର୍ଷ ହେଲା ସରୁନି ଇ-କେଓ୍ବାଇସି

ସଂଯୋଗ ଝାମେଲା,କଟିଲେ କମ୍,ରହିଲେ ବେଶି।

୭-ଭୁବନେଶ୍ୱର:ଉଚ୍ଚ କୋଠା ପାଇଁ ଜାରି ହେଲା NOTAM, ୧୧ ମିଟର ଅଧିକ ଉଚ୍ଚତା ପାଇଁ ଜାରି ହେଲା ନୋଟିସ।

୮-ଓଡ଼ିଶା ସଂସ୍କୃତିକୁ ମିଳିବ ବଡ ସମ୍ମାନ , ରାଷ୍ଟ୍ରପତି ଭବନରେ ଶୋଭା ପାଇବ ଶ୍ରୀଜିଉଙ୍କ ରଥ ଚକ।

୯-ଗଞ୍ଜାମ ତପ୍ତପାଣିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମାଆ କନ୍ଧୁଣୀ ଦେବୀଙ୍କୁ କଲେ ଦର୍ଶନ।

୧୦-ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରି ନିଲମ୍ବିତ ହେଲେ ଥାନା ଅଧିକାରୀ ସୁଜିତ ଦାସ, କ୍ରାଇମବ୍ରାଞ୍ଚ ପାଖରେ ହେଲେ ହାଜର୍।

୧୧-ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀଙ୍କ ସମ୍ମୀଳନୀ,୭ ଯାଏଁ ଚାଲିବ।

୧୨-ଭୁବନେଶ୍ୱର:ସାଇବର ଅପରାଧ ତଦନ୍ତରେ ଆହୁରି ଦକ୍ଷ ହେବ ପୁଲିସ, ଏନଏଫଏସୟୁ ସହିତ ଚୁକ୍ତି, ୨୦୨୭ ସୁଦ୍ଧା ୪୮୦ ଜଣ ନେବେ ତାଲିମ।

୧୩-ଭୁବନେଶ୍ୱର:’ଜେନ୍ -ଜି’ ଙ୍କୁ ନେଇ ଓଡ଼ିଶାରେ ତେଜିଲା ବୟାନ ବାଜି।ବିହାର ଉପନିର୍ବାଚନ ଦେଶ ବାସୀଙ୍କ ଆଖି ଖୋଲି ଦେଇଛି: ବିଜେଡି।

୧୪-କେନ୍ଦ୍ରାପଡ଼ା ବନ୍ୟା ଅଞ୍ଚଳରେ ଡେପୁଟି ସିଏମ୍ କନକ ବର୍ଦ୍ଧନ ସିଂହଦେଓ; ଲୋକଙ୍କ ସହ ଆଲୋଚନା, ରିଲିଫ୍ କାର୍ଯ୍ୟର କଲେ ସମୀକ୍ଷା।

୧୫-ଭବାନୀପାଟଣା,କେଗାଁ: ଶିକ୍ଷକ ସମସ୍ୟା ନେଇ ସ୍କୁଲରେ ତାଲା,ସାମାଧାନର ପ୍ରତିଶ୍ରୁତି ଦେଲେ ଉପଜିଲ୍ଲାପାଳ।

୧୬-ଭୁବନେଶ୍ବର: ହୀରାକୁଦର ୧୩ ଗେଟ୍ ଖୋଲା । ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି।

୧୭-ସିଏମଓରୁ ଫାଇଲ ଗାଏବ ମାମଲାରେ ତଦନ୍ତ ପରେ ହିଁ ଜାରି ହେବ ସମନ : କ୍ରାଇମବ୍ରାଞ୍ଚ ଡିଜି।

୧୮-ଆବାସିକ କୋଠାରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଲାଗିବ ରୋକ୍‌ : ଖିଲାପ ହେଲେ ହେବ ଆକ୍ସନ।

୧୯-ପୁରୀରେ ପ୍ରତିଷ୍ଠା ହେବ ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ :ପାରାଦୀପ-ଦୀଘା-ବିଶାଖାପାଟଣାକୁ ଚାଲିବ ଜାହାଜ।

୨୦-ମୁମ୍ବାଇ: ସିଦ୍ଧି ବିନାୟକରୁ ବି ଚୋରି,ବର୍ଷକୁ ୧୮ କୋଟି ଦାନ ଚୋରି ଅଭିଯୋଗ।

୨୧-ନୂଆ ଦିଲ୍ଲୀ:LICର ୬.୫% ଅଂଶଧନ ଅଫର ଫର୍ ସେଲ୍ ଜରିଆରେ ବିକ୍ରି ହେବ।

୨୨-ଦୁବାଇ: ଲୋହିତ ସାଗରରେ ହୁତି ବିଦ୍ରୋହୀ ମାନଙ୍କ ଦ୍ବାରା ଭାରତୀୟ ଜାହାଜକୁ ଆକ୍ରମଣ।୧୩ ଭାରତୀୟଙ୍କ ସହ ୧୪ କ୍ରୁ ସଦସ୍ୟ ଉଦ୍ଧାର।

୨୩-ପାକିସ୍ତାନ ରାଜନୀତିରେ ହଟଚମଟ,ମୁନୀର -ନକଭି ମାଡ଼ିବସିବେ କି ଗାଦି!