ପାଞ୍ଚଶଖା ସାହିତ୍ୟ ରେ ଜ୍ଞାନମିଶା ଭକ୍ତି ର ପ୍ରାଧାନ୍ୟ ରହିଛି
ପୁରୀ : ସମତା ସାହିତ୍ୟ ସମିତି ଓଡିଶା, ପୂରୀ ପକ୍ଷରୁ ସରଧାବାଲି ସ୍ଥିତ ରାଣୀସତୀ ଭବନ ପରିସରରେ ପଞ୍ଚସଖା ସାହିତ୍ୟ ରେ ଶ୍ରୀଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସମିତି ର ସଭାପତି ପ୍ରତିଭା ତ୍ରିପାଠୀ ଆଲୋଚନା ଚକ୍ର କୁ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥିଭାବେ ଓଡ଼ିଆ ଭଷା ପ୍ରତିଷ୍ଠାନ ପ୍ରାକ୍ତନ ନିର୍ଦେଶକ ପ୍ରାଧ୍ୟାପକ ଡ଼ଃ ହର ପ୍ରସାଦ ମିଶ୍ର, ଅନ୍ୟତମ ଅତିଥି ଭାବେ ଡ଼ଃ ଦିଲୀପ ସେନାପତି, ଡ଼ଃ ଚନ୍ଦ୍ରଶେଖର ଦାଶ , ଐତିହାସିକ ମଦନ ମୋହନ ମହାପାତ୍ର, ଶିକ୍ଷବିତ ବିଜୟଲଷ୍ମୀ ଦାଶ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର , ପ୍ରମୁଖ ମଂଚାସୀନ ଥିଲେ l ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା ଯେ ଷୋଡଶ ଶତାବ୍ଦୀ ରେ ଅଚୁତ, ଅନନ୍ତ, ଜଗନ୍ନାଥ, ବଳରାମ ଓ ଯଶବନ୍ତ ସ୍ଵ ସ୍ୱ ସାହିତ୍ୟ କୃତି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ର ଆଧ୍ୟାତ୍ମିକ ବୈଶିଷ୍ଟ ଉପରେ ଲେଖନୀ ଚାଳନା କରି ସାମାଜିକ ବିପ୍ଳବ ସହ ଆଧ୍ୟାତ୍ମିକ ଜାଗରଣ ସୁଷ୍ଟି କରିଥିଲେ ! ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ଯୋଗ ଦର୍ଶନ କାୟ ସାଧନା ହଠଯୋଗ ଯନ୍ତ, ମନ୍ତ୍ର, ତନ୍ତ୍ର, ଶୂନ୍ୟ ବାଦ ଓ ଦୀକ୍ଷା ପରମ୍ପରା ସପ୍ତାଙ୍ଗ ଯୋଗ ତଥା ଉତ୍କଳୀୟ ବୈଷ୍ଣବ ପରମ୍ପରା ରେ ଜ୍ଞାନମିଶା ଭକ୍ତି ର ଉପାସକ ଥିଲେ ଶ୍ରୀଚୈତନ୍ୟ ଙ୍କ ଶ୍ରୀକ୍ଷେତ୍ର ଆଗମନ ପରେ ଏହି ଉତ୍କଳୀୟ ବୈଷ୍ଣବ ସାଧକ ଙ୍କ ସଂସ୍ପର୍ଶ ରେ ଆସିଥିଲେ ହେଁ ସଂସ୍କୃତି ଭାଗବତ ର ପ୍ରକୃତ ଭାଷା ରେ ରୂପକର ଶ୍ରୀଜଗନ୍ନାଥ ଦାସ ଙ୍କୁ ଅତିବଡ଼ି ବୋଲି ସମ୍ବୋଧନ କରିଥିଲେ
ଆୟୋଜିତ ଆଲୋଚନା ଚକ୍ରରେ , ପଣ୍ଡିତ ଦୟାନିଧି ତ୍ରିପାଠୀ, ଅଧ୍ୟାପକ ପ୍ରମୋଦ କୁମାର ଦଳାଇ, ପଣ୍ଡିତ ସଦାଶିବ ମିଶ୍ର, ଅଧ୍ୟାପକ ଅଶୋକ କୁମାର ମିଶ୍ର, ଅଶୋକ କୁମାର ମହାପାତ୍ର, ନାରାୟଣ ନନ୍ଦ, ପ୍ରଭାତ ଚନ୍ଦ୍ର ରଥ, ବିପିନ କୁମାର ଦଳାଇ, ଡାକ୍ତର ରାନୁ ମିଶ୍ର, ଡକ୍ଟର ସସ୍ମିତା ମିଶ୍ର, ଆଶାଲତା ପ୍ରଧାନ, ମାନସୀ ରଥ, ଚାରୁଲତା ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ଗୁରୁ ପରମ୍ପରର ମହତ୍ତ୍ୱ ଓ ପ୍ରାଚୀନ ଗୁରୁ ପରମ୍ପରା ଉପର ନିଜ ନିଜର ମତ ରଖିଥିଲେ l ପ୍ରାରମ୍ଭରେ ସାରଙ୍ଗଧର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ପରିଚାଳନା କରି ଥିଲେ ସମ୍ପାଦକ ଭାଗବତ ପ୍ରସାଦ ପଟ୍ଟନାୟକl କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ , ଏହି ଅବସରରେ ଡ଼ଃ ଦିଲୀପ ସେନାପତି, ପ୍ରଭାକର ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ତପନ କୁମାର ସେଠି, କୁଳମଣି ସେଠୀ, ରାଜେଶ ବେହେରା l ଶେଷରେଧନ୍ୟବାଦ ଅର୍ପଣ କରିଥିଲେ ମିନତୀ ମିଶ୍ର l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ