ବାଲିପଦର ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ବୋଲବମ୍ ଭକ୍ତଙ୍କୁ ସେବା ପ୍ରଦାନ
ବୁଗୁଡ଼ା : ତା ୦୫/୦୮/୨୪ : ପବିତ୍ର ଶ୍ରାବଣ ମାସ ଅବକାଶରେ ପ୍ରାଚୀନ ପୂଣ୍ୟତୋୟା ରୁଷିକୂଲ୍ୟା ନଦୀରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କାଉଡିଆମାନେ ମହାଦେବଙ୍କଠାରେ ଜଳାଭିଷେକ କରିବା ନିମନ୍ତେ ବିଭିନ୍ନ ଶୈବପୀଠକୁ ଯାଇଥାନ୍ତି। ଆଜି ତୃତୀୟ ସୋମବାର ସକାଶେ ବୁଦ୍ଧଖୋଲ, ଶରଣକୁଳ, ଉଦୟପୁର, ଚକାପାଦ ପ୍ରଭୁ୍ୂତି ମନ୍ଦିରକୁ ବାଲିପଦର ଛକ ଦେଇ ଯିବା ଅବସରରେ ଆସିକା ରୁଷିକୂଲ୍ୟା ଠାରୁ ବହୁ ଦୂରଦୁରାନ୍ତକୁ ଯାତ୍ରା କରୁଥିବା କାଉଡିଆମାନଙ୍କୁ ଆଜି ବାଲିପଦର ଜଙ୍କସନଠାରେ ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ସେମାନଙ୍କୁ ବିଶ୍ରାମ ଜନିତ ସେବା ଯୋଗାଇ ଦିଆଯାଇଥିଲା । ଏଥି ସହ ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ଯ ପରୀକ୍ଷା , ପ୍ରସାଦ ସେବନ ବ୍ୟବସ୍ଥା , ସ୍ନାନ ନିମନ୍ତେ ସ୍ବଛ ଜଳ ଯୋଗାଣ ବ୍ୟବସ୍ଥା ଆଦି କରାଯାଇଥିଲା । କ୍ଳବର ସଭାପତି ଦେବନାଥ ରଣାଙ୍କ ସମେତ ଅନ୍ୟ ସଦସ୍ୟମାନେ ସେବା ଯୋଗାଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବାଲିପଦର ଯୋଗ କେନ୍ଦ୍ରର ସଦସ୍ୟଗଣ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।