November 15, 2024

ନେଟଙ୍ଗା ସବୁଜ ବାହିନୀ ଓ ବୋଲବମ୍ ଭକ୍ତ ଙ୍କ ୧୦୮ ଚାରା ରୋପଣ 

Share

ଭଂଜନଗର/ବେଲଗୁଣ୍ଠା, ୫ ଅଗଷ୍ଟ : ବର୍ତ୍ତମାନ ପୃଥିବୀ ପୃଷ୍ଠର ପ୍ରଦୂଷିତ ବାୟୁମଣ୍ଡଳ, ଅଶାନ୍ତ ଜଳରାଶି, ପ୍ରଚଣ୍ତ ଗ୍ରୀଷ୍ମପ୍ରବାହ ଓ ଅନୀୟମିତ ପ୍ରାକୃତିକ ପରିବର୍ତ୍ତନ ର ବିଭିଷିକା ରେ ଅସ୍ତବ୍ୟସ୍ତ ସାରା ଜୀବଜଗତ। ଆଧୁନିକତାର ଦ୍ୱାହି ଦେଇ ମଣିଷ ଆଧୁନିକିକରଣ, ଜଗଦିକରଣ ଓ ସହରିକରଣ ର ବଶବର୍ତ୍ତୀ ହୋଇ ନଷ୍ଟ କରିବାରେ ଲାଗିଛି ପ୍ରକୃତିର ଭାରସାମ୍ୟ କୁ । ନଷ୍ଟ ହୋଇଯାଇଛି ପ୍ରକୃତି ର ଗତିଶୀଳତା, ପ୍ରକୃତି ମାତା ଆଜି ଜର୍ଜରିତ ମଣିଷ ର ଅମାନବିକ କାର୍ଯ୍ୟକଳାପରେ। ପ୍ରକୃତି ସାଧୁଛି ଦାଉ। ପ୍ରକୃତି ର ତାଣ୍ଡବଲୀଳା ରେ ସାରା ବିଶ୍ବରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। ବିନଷ୍ଟ ପ୍ରାକୃତିକ ଭାରସାମ୍ୟ ଓ ପ୍ରାକୃତିକ ସନ୍ତୁଳନ ଫଳରେ ଅନୀୟମିତ ପ୍ରାକୃତିକ ପରିବର୍ତ୍ତନ ଯୋଗୁଁ ଅନୀୟମିତ ବୃଷ୍ଟିପାତ, ତାପମାତ୍ରା ରେ ପରିବର୍ତ୍ତନ ଯୋଗୁଁ ବିଶ୍ଵତାପନ ଓ ସବୁଜ କୋଠରୀ ଭଳି ପ୍ରାକୃତିକ ସମସ୍ୟା ଦେଖାଦେଇଛି। ଫଳରେ ଅସମୟରେ ଦେଖାଦେଉଛି ବନ୍ୟା, ବାତ୍ୟା, ମରୁଡି, ବଜ୍ରପାତ, ସୁନାମି ଓ ଭୂମିକମ୍ପ ଭଳି ପରିସ୍ଥିତି। ଯାହାର ଉତ୍ତରଦାୟୀ କେବଳ ଏହି ମଣିଷ ସମାଜ। ମଣିଷ ପଣିଆ ଆଜି ବଳୀ ପଡ଼ିଯାଇଛି ନିଜର ସଂକୀର୍ଣ୍ଣ ସ୍ଵାର୍ଥ ପାଖରେ। ନିଜର ସ୍ଵାର୍ଥ ଚରିତାର୍ଥ ପାଇଁ ଲୁଟି ଚାଲିଛି ବିଶ୍ଵର ସମସ୍ତ ମଣ୍ଡଳ କୁ। ସତେ ଯେମିତି ମଣିଷ ସୁନାର ଅନ୍ଵେଷଣ ରେ ହୀରା କୁ ହରାଇ ବସୁଛି। ଏ ସମସ୍ତ ବିପଦରୁ ଉଦ୍ଧାର ପାଇବାର ଏକମାତ୍ର ସାଧନ, ସମାଧାନ ଓ ବିକଳ୍ପ ବ୍ୟାପକ ବୃକ୍ଷ ଚାରା ରୋପଣ, ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ତଥା ପ୍ରକୃତିରେ ଜୀବଜନ୍ତୁର ସନ୍ତୁଳନତା ରକ୍ଷା କରିବା।

ଏହି ପରିପ୍ରେକ୍ଷୀରେ ଆଜି ଗଂଜାମ ଜିଲ୍ଲା ଭଂଜନଗର ସବଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ବ୍ଳକ ର ନେଟଙ୍ଗା ଗ୍ରାମର ନେଟଙ୍ଗା ସବୁଜ ବାହିନୀ ଓ ବୋଲବମ୍ ଭକ୍ତ ଙ୍କ ମିଳିତ ସହଯୋଗରେ ” ୧୦୮ ବୃକ୍ଷ ଚାରା ରୋପଣ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ନିଜ ନିଜର ” ମା ପାଇଁ ଗଛଟିଏ ” ଓ ” ଗାଁ ପାଇଁ ଗଛଟିଏ” ଲଗାଇ ଥିଲେ। ପ୍ରକୃତି ବନ୍ଧୁ ସମ୍ମାନୀତ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଏବଂ ଭଂଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଓ ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦର୍ଶନ ଖବରକାଗଜ ସାମ୍ବାଦିକ ଶ୍ରୀ ପଞ୍ଚାନନ ସାହୁ ଉପସ୍ଥିତ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ ପୂର୍ବତନ ସରପଂଚ ପ୍ରହଲ୍ଲାଦ ଲେଙ୍କା, ନେଟଙ୍ଗା ସିବି କ୍ଳବ୍ ସଭାପତି ରଞ୍ଜିତ କୁମାର ପାତ୍ର, ସଂପାଦକ ରାଜେନ୍ଦ୍ର କୁମାର ଲେଙ୍କା, କାର୍ଯ୍ୟରତ ସିପାହୀ ମାଧବ ନାୟକ, ରମାବଲଭ ସ୍ୱାଇଁ, ସୁଧୀର କୁମାର ନାୟକ, କ୍ରିଷ୍ଣା ଲେଙ୍କା, ହିମାଂଶୁ ନାୟକ, ଭିକାରି ଚରଣ ପଣ୍ଡା, ରାଜବର୍ଦ୍ଧନ ନାୟକ, କାର୍ତ୍ତିକ ନାୟକ, କପିଳେଶ ବିଶ୍ଵାଳ, ଶୁଭମ୍ ଜେନା, ଆୟୁଷ୍ମାନ ଲେଙ୍କା, ଅଭିଷେକ ଲେଙ୍କା, ରାମେଶ୍ବର ନାୟକ, ନିହାର ରଞ୍ଜନ ବିଶ୍ଵାଳ, ଭିକା ନାୟକ, , ମୋଚିରାମ ନାୟକ, ରାମଚନ୍ଦ୍ର ନାୟକ, ନକୁଳ ପରିଡ଼ା, ଅମୂଲ୍ୟ ଲେଙ୍କା, ଅଜିତ ଲେଙ୍କା, ରାଜେନ୍ଦ୍ର ଲେଙ୍କା, ରବିନ୍ଦ୍ର ଡାକୁଆ, ସନ୍ତୋଷ କୁମାର ରଣା, ସୁରେନ୍ଦ୍ର ବାଡତ୍ୟା, ଗୌରହରି ପରିଡ଼ା, ଅରୁଣ ବେହେରା, ବାବୁରାମ ପାତ୍ର, ନେଟଙ୍ଗା ପଞ୍ଚାୟତର ମହିଳା ସିଆରପି, ମହିଳା ଏମବିକେ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ନେଟଙ୍ଗା ଗ୍ରାମବାସୀ, ନେଟଙ୍ଗା ୟୁପି ସ୍କୁଲର ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀ।

ପ୍ରକାଶ ଥାଉକି, ନେଟଙ୍ଗା ସବୁଜ ବାହିନୀ ଗତ ଗହ୍ମାପୂର୍ଣିମା, ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ, ମହାଶିବରାତ୍ରି, ଗୁରୁ ପୂର୍ଣ୍ଣିମା, ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଓ କାର୍ଯ୍ୟରତ ସିପାହୀ ଙ୍କ ବିବାହ ଅବସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହା ବ୍ୟତୀତ ନେଟଙ୍ଗା ସବୁଜ ବାହିନୀ ଉତ୍ସାହୀ, ଆଗ୍ରହୀ, ହିତାକାଂକ୍ଷୀ ଓ ଉତ୍ସର୍ଗୀକୃତ ବ୍ୟକ୍ତି ମାନଙ୍କ ବିବାହ ଉତ୍ସବ, ଜନ୍ମୋତ୍ସବ, ବ୍ରତ, ଶ୍ରାଦ୍ଧ ବାର୍ଷିକୀ ତଥା ବିଭିନ୍ନ ଜାତୀୟ ଉତ୍ସବ ଓ ପର୍ବପର୍ବାଣୀ ମାନଙ୍କ ରେ ସ୍ଵଚ୍ଛ ଭାରତ ଅଭିଯାନ ଓ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି ଏବଂ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମରେ ସହଯୋଗ କରିଥାନ୍ତି। ନିଜ ପାଇଁ ଏବଂ ଆଗାମୀ ପୀଢ଼ି ପାଇଁ ଗଛ ଲଗାଇବା ସହ ପ୍ରକୃତି ସଂରକ୍ଷଣ କରିବା ତଥା ନିଜ ଗ୍ରାମ କୁ ଏକ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ଗ୍ରାମରେ ପରିଣତ କରିବା ପାଇଁ ଆଜି ର ଏହି କାର୍ଯ୍ୟକ୍ରମରେ ସମସ୍ତେ ଶପଥ ଗ୍ରହଣ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ