April 30, 2026

ପେଣ୍ଠକୋଟା ଚକ୍ରତୀର୍ଥ ବନ୍ଧୁଗୋଷ୍ଠୀ ତରଫରୁ ବନ୍ଧୁତା ଦିବସରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ସ୍ମୃତି ପୀଠରେ ବୋଲବମ କାଉଡ଼ିଆ ଭକ୍ତଙ୍କ ପାଇଁ ଚାହା ଜଳଖିଆ ସହିତ ମହାପ୍ରସାଦ ବଣ୍ଟନ କରାଯାଇଛି,

IMG-20240805-WA0000
Share

ପେଣ୍ଠକୋଟା ଚକ୍ରତୀର୍ଥ ବନ୍ଧୁଗୋଷ୍ଠୀ ତରଫରୁ ବନ୍ଧୁତା ଦିବସରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ସ୍ମୃତି ପୀଠରେ ବୋଲବମ କାଉଡ଼ିଆ ଭକ୍ତଙ୍କ ପାଇଁ ଚାହା ଜଳଖିଆ ସହିତ ମହାପ୍ରସାଦ ବଣ୍ଟନ କରାଯାଇଛି, ଭକ୍ତଙ୍କ ସୁବିଧା ପାଇଁ ରହଣି ବ୍ୟବସ୍ଥା ସହିତ ବୋଲବମ ଭକ୍ତଙ୍କୁ ଏକ ଭାବବିହୋଳ ପରିବେଶ ସୃଷ୍ଟି କରିବା ପାଇଁ ଦିବ୍ୟଙ୍ଗ ମାନଙ୍କ ଦ୍ୱାରା ଭଜନ ସମାରୋହ ର ବ୍ୟବସ୍ଥା କରାଯାଇଥିଲା, ଯେଉଁ ଭକ୍ତମାନେ କୌଣସି ଆଘାତ ପାଇଛନ୍ତି ବା କ୍ଲାନ୍ତ ହୋଇ ଆସିଛନ୍ତି ତାଙ୍କୁ ବନ୍ଧୁ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ସେବା ଯୋଗାଇଛନ୍ତି, ବନ୍ଧୁ ଗୋଷ୍ଠୀ ସଂସ୍ଥା ତରଫରୁ ପ୍ରତ୍ୟେକ ମାସ ସଙ୍କ୍ରାନ୍ତିରେ ଅସହାୟ ମାନଙ୍କୁ ମାଗଣା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଛି ବୋଲି ଅନୁଷ୍ଠାନର ସଭାପତି ସୀମାଞ୍ଚଳ ବେହେରା କହିଛନ୍ତି, ଏହି କାର୍ଯ୍ୟକ୍ରମ କୁ ୟୁ କୋଟେଶ୍ୱର ରାଓ, ଶିବସୁନ୍ଦର ପାତ୍ର, ମାନସ ନାୟକ ଓ ଯୁବସମାଜ ସେବୀ ବିସ୍ମୟ ମିଶ୍ରଙ୍କ ସମେତ ବନ୍ଧୁଗୋଷ୍ଠିର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ*

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed