July 5, 2026
ajiro khabar
Share

 

 

୧-ଆଜି OTET,୩୧୧ ସେଣ୍ଟରରେ ପରୀକ୍ଷା ଦେବେ ୯୭ ହଜାର ପରୀକ୍ଷାର୍ଥୀ। ସିସିଟିଭି ଫୋକସରେ ରହିବେ ପରୀକ୍ଷାର୍ଥୀ।

 

୨-ଲଘୁଚାପ ଆଣିଲା ବଡ଼ ବିପଦ ! ହାଇ ଆଲର୍ଟରେ ରାଜ୍ୟ ସରକାର, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍।ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

 

୩-ଭୁବନେଶ୍ବର: ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା OMSA ।

 

୪-ଚାଉଳିଆଗଞ୍ଜ: କମିଶନରେଟ ପୁଲିସ୍ ରେ ଅଭାବନୀୟ ଘଟଣା; କ୍ୱାର୍ଟରସ୍ ରେ IIC ବିଉଟି ମହାନ୍ତିଙ୍କ ଆତ୍ମହତ୍ୟା।

 

୫-ଭୁବନେଶ୍ୱର:ସରିଲା ପ୍ରଥମ ପର୍ଯ୍ୟାୟ ଏସ୍‌ଆଇଆର୍; ବାଦ ପଡ଼ିବେ ୨୦ ଲକ୍ଷ ଭୋଟର୍‌ !

 

୬-ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା ପୋଲିସ, ମୁତୟନ ହେବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨ ହଜାର କର୍ମଚାରୀ।

 

୭-ରଥଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ, ଭୋଗମଣ୍ଡପ ମରାମତିକୁ ଗୁରୁତ୍ୱ ଦେବ ASI

 

୮-ରାଜଧାନୀରେ ଗୋଟିଏ ଦିନରେ ଡବଲ୍ କ୍ରାଇମ୍; ଖଣ୍ଡା ଆକ୍ରମଣରେ ୧୦ ଗିରଫ, ମର୍ଣ୍ଣିଂ ୱାକ୍ ବେଳେ ଯୁବତୀଙ୍କ ସହ ଅଶ୍ଳୀଳ ବ୍ୟବହାର।

 

୯-ବିନା ଫିଟନେସ୍‌ରେ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ।

 

୧୦-ନିଶାମୁକ୍ତ ଓଡ଼ିଶା ଅଭିଯାନରେ ବଡ଼ ସଫଳତା; ୧୦୨ ମେଟ୍ରିକ ଟନରୁ ଅଧିକ ଗଞ୍ଜେଇ ଧ୍ୱଂସ କଲା ଓଡ଼ିଶା ପୋଲିସ।

 

୧୧-କେନ୍ଦୁଝର ସରସଗାଁରେ ଅଘଟଣ; ନିର୍ମାଣାଧୀନ ଘର କାନ୍ଥ ଭୁଶୁଡ଼ି ଶ୍ରମିକ ମୃତ, ଜଣେ ଗୁରୁତର।

 

୧୨-ବାଣୀବିହାର ଲେକ୍ ଜୋନ୍ ରେ ଅଘଟଣ;ଡ୍ରେନରେ ଭାସିଗଲେ ଯୁବକ।

 

୧୩-୧୫ ବର୍ଷରେ ଇତିହାସ ରଚିଲେ ବୈଭବ, ଭାଙ୍ଗିଲେ ସଚିନଙ୍କ ରେକର୍ଡ।ଭାରତ ପାଇଁ ସବୁଠୁ କମ୍ ବୟସରେ ଡେବ୍ୟୁ କରିବାର ରେକର୍ଡ ନିଜ ନାମରେ କରିଛନ୍ତି।

 

୧୪-ଲଣ୍ଡନ: ୱିମ୍ବଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ପ୍ରି କ୍ବାର୍ଟରରେ ପେଗୁଲା, ଓସାକା।

 

୧୫-ଜାକବ ବେଥେଲଙ୍କ ଧୂଆଁଧାର ବ୍ୟାଟିଂ, ଭାରତକୁ ୪ ଓ୍ବିକେଟରେ ହରାଇଲା ଇଂଲଣ୍ଡ।

 

୧୬-ମାୟାମୀ:ଉନାହୀଙ୍କ ଡବଲ ଗୋଲ୍, କ୍ୱାର୍ଟର ରେ ପହଞ୍ଚିଲା ମରକ୍କୋ।

 

୧୭-ଗୁଆହାଟୀ: ପାନ୍ କାର୍ଡ,ଭୋଟର ଆଇଡି, ନାଗରିକତ୍ବର ପ୍ରମାଣ ନୁହେଁ,୧୫ଟି ହସ୍ତାବିଜ୍ ରଖିଥିବା ବ୍ୟକ୍ତିଙ୍କୁ ବିଦେଶୀ ଘୋଷଣା କଲେ ହାଇକୋର୍ଟ।

 

୧୮-ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ, ଅଗଷ୍ଟ ୧୩ରେ ହେବ ଶେଷ।

 

୧୯-ବିପଦରେ ଦେବଦୂତ ସାଜିଲେ ଭାରତୀୟ ସେନା, ଭେନେଜୁଏଲା ଧନ୍ୟବାଦ ଦେଲା ପ୍ରଧାନମନ୍ତ୍ରୀଙ୍କୁ ।

 

୨୦-ଇସଲାମାବାଦ:ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ଜେଲ୍‌ ଗଲା ନାତି, ବିବାଦରେ ଫସିଲେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏