November 25, 2024

ସାହାରା ଜମାକାରୀ ମଞ୍ଚର ରାଜ୍ୟସ୍ତରୀୟ ସମାବେଶ ସାହାରା ଇଣ୍ଡିଆ ଓଡ଼ିଶାର 20 ଲକ୍ଷ ଜମାକର୍ତ୍ତା, ଏଜେଣ୍ଟଙ୍କ ଠାରୁ ନେଇଥିବା 20 ହଜାର କୋଟି ଫେରସ୍ତ ପାଇଁ ଆନ୍ଦୋଳନ ଜରୁରୀ : ରବି ରଥ

Share

ବ୍ରହ୍ମପୁର,5/7 : ସାହାରା ଇଣ୍ଡିଆ କମ୍ପାନୀ ରାଜ୍ୟର 20 ଲକ୍ଷ ଜମା କର୍ତ୍ତା ଓ ଏଜେଣ୍ଟଙ୍କଠାରୁ ସଂଗ୍ରହ କରି ନେଇଥିବା ପ୍ରାୟ 20 କୋଟି ହଜାର କୋଟି ଟଙ୍କାର ଜମା ରାଶି ଫେରସ୍ତ ଦିଗରେ ଦୃଢ ଓ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାହାରା ଜମାକାରୀ ମଞ୍ଚ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏ ନେଇ ମଞ୍ଚ ପକ୍ଷରୁ ସ୍ଥାନୀୟ ନବୀନ ଭବନ ପରିସରରେ ସାଧାରଣ ପରିଷଦ ବୈଠକ ବିଜୟ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଙ୍କ ଭାଷଣରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ ଜମାକାରୀମାନେ ତାଙ୍କ ସୁଫଳ ପାଇପାରୁନାହାନ୍ତି। ଶ୍ରୀ ରଥ କହିଲେ ସାହାରା ଭଳି ବଡ଼ ବଡ଼ କମ୍ପାନୀ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଫଳରେ 2019 ମସିହାରୁ ଧାରାବାହିକ ଭାବେ 5 ବର୍ଷ ଧରି ଲଗାତର ଦାବି କରି ଆସୁଥିବା କ୍ଷତିଗ୍ରସ୍ତମାନଙ୍କୁ ସହାୟତା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅନ୍ୟାନ୍ୟ ରାଜ୍ୟରେ ସାହାରା କମ୍ପାନୀ ବିରୋଧରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ଓଡ଼ିଶାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଶ୍ରୀ ରଥ ପ୍ରକାଶ କରିବା ସହ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ଓ ସମସ୍ତ ସାଂସଦଙ୍କ ଦୃଷ୍ଟିଆକର୍ଷଣ କରାଯିବା ସହିତ ବ୍ୟାପକ ଜନମତ ସୃଷ୍ଟି କରାଯିବ ବୋଲି ଆହ୍ୱାନ ଦେଇଥିଲେ। ବୈଠକରେ ମଞ୍ଚ ପକ୍ଷରୁ 8 ଦଫା ଦାବି ସମୂହ ଉପରେ ଆଲୋଚନା ହୋଇଥିଲା ଦାବି ଗୁଡିକ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ଓପିଆଇଡି ଆଇନ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ବିୟୁଡିଏସ ଆଇନ 2019 ଅନୁସାରେ ଜମାକର୍ତ୍ତାଙ୍କୁ ଜମା ରାଶି ଫେରସ୍ତ ପାଇଁ ପଦକ୍ଷେପ, ଅର୍ଥନୈତିକ ଅପରାଧ ଶାଖା ଓ ଥାନାରେ ଅଭିଯୋଗ ହୋଇଥିବା କମ୍ପାନୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଟଙ୍କା ଫେରସ୍ତ ପୋର୍ଟାଲରେ ଅର୍ଥ ଫେରସ୍ତ ପ୍ରକ୍ରିୟା ସରଳୀକରଣ, ମୃତୁ୍ୟବରଣ କରିଥିବା ଜମା କର୍ତ୍ତା ଓ ଏଜେଣ୍ଟଙ୍କ ଉତ୍ତରାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନ, ସ୍କିମ ବାବଦରେ ଗ୍ରହଣ କରିଥିବା ଟଙ୍କାର ଡାଟାବେସ ସରକାରଙ୍କୁ ପ୍ରଦାନ, ସ୍କିମ ଜରିଆରେ ସଂଗୃହୀତ ଜମା ରାଶିକୁ ସୁଧ ସହ ଫେରସ୍ତ, ଜମାକର୍ତ୍ତା ଓ ଏଜେଣ୍ଟ ମାନଙ୍କର ସମ୍ପୂର୍ଣ୍ଣ ଦେୟ ଫେରନ୍ତ ନ ହେବା ପର୍ଯ୍ୟନ୍ତ ସାହାରା ଇଣ୍ଡିଆର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମାଲିକାନାରେ ବ୍ରହ୍ମପୁର ଗୋପାଳପୁର ରାସ୍ତାରେ ଥିବା 40.97 ଏକର ଜମି ଓ ଭୁବନେଶ୍ଵର କଟକ ରାସ୍ତାରେ ଗୋପାଳପୁରଠାରେ ରହିଥିବା 65.43 ଏକର ଜମି ଉପରେ ହେବାକୁ ଥିବା ସମସ୍ତ ପ୍ରକାର କାରବାରକୁ ରାଜ୍ୟ ସରକାର ନିଷିଦ୍ଧ କରିବାକୁ ଦାବି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ବିରଞ୍ଚି ପାଢି, ବସନ୍ତ ଚୈାଧୁରୀ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଓ ଚିତ୍ରସେନ ପ୍ରଧାନଙ୍କ ସମେତ ମଂଚର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

(ବିଜୟ କୁମାର ପାଢ଼ୀ)
ସଭାପତି, ସାହାରା ଜମାକାରୀ ମଞ୍ଚ
ମୋ-98611 68448

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed