July 8, 2024
Share

 

୧-ରାଜ୍ୟ ଭାଷା ଓଡିଆରେ ହେବ ରାଜ୍ୟ ଶାସନ । ଓଡ଼ିଆ ଭାଷାରେ ନଥି ପ୍ରସ୍ତୁତ କରି ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

୨-ଓଡ଼ିଆରେ ଡାକ୍ତରୀ ଶିକ୍ଷା, ଅନୁଧ୍ୟାନ ପାଇଁ ୨୨ ଜଣିଆ ବିଶେଷଜ୍ଞ କମିଟି ଗଠନ କଲେ ସରକାର।

୩-ରତ୍ନ ଭଣ୍ଡାର ପାଇଁ ନୂଆ କମିଟି: ଜଷ୍ଟିସ ବିଶ୍ୱନାଥ ରଥ ଅଧ୍ୟକ୍ଷ,୧୬ ସଦସ୍ୟ।

୪-ଆସନ୍ତା ବର୍ଷଠାରୁ ବଦଳିବ ସ୍କୁଲ ୟୁନିଫର୍ମ, ପରିବର୍ତ୍ତନ ହେବ ରଙ୍ଗ ଓ ପରିପାଟୀ।

୫-ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି।

୬-ଜୁଲାଇ ୭ ତାରିଖ ରବିବାର ଦିନ ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ କରିବ ଦୂରଦର୍ଶନ।

୭-ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ: ବଢ଼ିବ ୧୦ ଓଡ୍ରାଫ୍ ୟୁନିଟ୍।

୮-ଭୁବନେଶ୍ଵରରେ ହେବ ଦିବ୍ୟ କଳା ମେଳା, ଶକ୍ତି ଓ ଦିବ୍ୟାଙ୍ଗ ଜନ ରୋଜଗାର ମେଳା।

୯-ରାଜ୍ୟରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ; ଟ୍ୱିନ୍‌ସିଟିର କୃତ୍ରିମ ବନ୍ୟା ପରିଚାଳନା ପାଇଁ ନିଆଯିବ ଆଇଆଇଟି ର ସହାୟତା।

୧୦-କଟକ: ମତ୍ସ୍ୟ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଗିରଫ,୧ କୋଟି ୩୪ ଲକ୍ଷ୍ ଟଙ୍କା ସରକାରୀ ଅର୍ଥ ହେରଫେର ଅଭିଯୋଗ।

୧୧-ଆଚାର୍ଯ୍ୟ ବିହାର:ଘରୁ ଏଏସଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ମୃତ ଏଏସଓଙ୍କ ନାଁ ମୋରା ମାର୍ଣ୍ଡି ।

୧୨-ପୁରୀ: ଭିଜିଲାନ୍ସ ଜାଲରେ ଗିରଫ ହେଲେ ଚନ୍ଦନପୁର ଅତିରିକ୍ତ ରାଜସ୍ୱ ନିରୀକ୍ଷକ ( ARI)ଜବତ୍ ହେଲା ୫୧ ହଜାର ଟଙ୍କା।

୧୩-ଅନୁଗୁଳ ଜିଲ୍ଲା ରାଧାରମଣପଡ଼ା:କଲେଜ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

୧୪-ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ।

୧୫-ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର,ସୂଚନା ଦେଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ।

୧୬-ଓଡିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’।

୧୭-ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ, ବିମାନ ବନ୍ଦର ଓ ହୋଟେଲରେ ଗ୍ରାଣ୍ଡ ୱେଲକମ୍।

୧୮-୯୦ ଦିନରେ ୬ ସୂତ୍ରୀ ଲକ୍ଷ୍ୟ, ସମ୍ପୂର୍ଣ୍ଣତା ଅଭିଯାନରେ ବଦଳିବ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକର ନକ୍ସା।

୧୯-ସିକିମ ପରିସ୍ଥିତି ଗମ୍ଭୀର – ରିଲିଫ କାର୍ଯ୍ୟରେ ସେନା ସାମିଲ।

୨୦-ହାତ୍ରାସ୍‌ ଦଳାଚକଟା ମାମଲା: ୬ ଗିରଫ, ଫେରାର ସେବାୟତ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର।