September 21, 2024
Share

*🌼ଖବର ଆଜିର,ତାରିଖ- ୦୫/୦୭/୨୩, ବୁଧବାର🌼*

*୧-ଆଷାଢରେ ବର୍ଷାର ଦେଖା ନାହିଁ: ପାଣି ଅଭାବରୁ ଜମି ଫାଟି ଆଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ଚାଷ ପ୍ରଭାବିତ।*

*୨-ଏବେ କଞ୍ଚା ପରିବା ରେଟ୍ ଅମୂଲମୂଲ ! ଯାହାକୁ ଧରିବ କିଲୋ ୧୦୦ ନହେଲେ ୩୦୦।ପକେଟରେ ହଜାର ଟଙ୍କା ଥିଲେ ବି ପୁରୁନି ବ୍ୟାଗ୍‌।*

*୩-ଦଇବ ଭରସାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା:ଭିତ୍ତିଭୂମି ଦୁର୍ବଳ,ଶିକ୍ଷକ ପଦ ଖାଲି।*

*୪-ଭୁବନେଶ୍ବର: ମହର୍ଷି କଲେଜରେ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଛାତ୍ର ଗୁରୁତର।*

*୫-ବିଜେବି କଲେଜରେ ଛାତ୍ର ଅଶାନ୍ତି, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଜଣକୁ ମାରପିଟ ସହିତ ଜଣେ ଅଟକ ସୂଚନା।*

*୬-ୟୁଫୋରିଆ’ କାର୍ଯ୍ୟକ୍ରମ ଚାଲୁଥିବାବେଳେ, ଭୀମସାର ଓ ବ୍ରହ୍ମପୁର ଏମକେସିଜି ଛାତ୍ରଗୋଷ୍ଠୀ ମୁହାଁମୁହିଁ ,ଜଣେ ଛାତ୍ର ଗୁରୁତର ଆହତ,ଅନ୍ୟ କିଛି ଛାତ୍ର ଆହତ ସୂଚନା।*

*୭-ଟାଇମ୍ସ ହାୟର ଏଜୁକେସନ୍‌ ୟଙ୍ଗ୍‌ ୟୁନିଭରସିଟି ର‍୍ୟାଙ୍କିଂ, କିଟ୍‌ ୧୨ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ।*

*୮-ସୋନପୁର:୫ଟି ସଚିବଙ୍କ ଗସ୍ତକୁ ବିରୋଧୀଙ୍କ ବିରୋଧ, କାରକେଡକୁ ଅଣ୍ଡାମାଡ ଉଦ୍ୟମ।*

*୯-ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମର ସବୁ କୋର୍ଟ ହେଲା ପେପରଲେସ୍‌।*

*୧୦-ପୁରୀ:ସମୁଦ୍ରରେ ଗାଧାଉଥିବା ବେଳେ ବୁଡିଗଲେ ୫ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ।*

*୧୧-ବାହାନଗା ଟ୍ରେନ୍‌ ଟ୍ରାଜେଡି: ସଂକେତ, ଯୋଗାଯୋଗରେ ଏକାଧିକ ତୃଟି ହିଁ ଦୁର୍ଘଟଣାର କାରଣ।*

*୧୨-ଭୁବନେଶ୍ୱର:ଅଗଷ୍ଟ ଦ୍ବିତୀୟ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭ ସମ୍ଭାବନା।*

*୧୩-ଭୁବନେଶ୍ୱର; ସଚିବ ସ୍ତରୀୟ ବୈଠକ; ଜନଶୁଣାଣୀ ଓ ବଜେଟ ଅର୍ଥ ଖର୍ଚ୍ଚକୁ ଗୁରୁତ୍ୱ।*

*୧୪-ଢେଙ୍କାନାଳରେ ୩ ସୋମବାର ଜଳଲାଗି କରିବେ କାଉଡିଆ, ପଲିଥିନ୍ ଓ ଡିଜେ ସମ୍ପୂର୍ଣ୍ଣ ନିଷେଧ।*

*୧୫-ସୁନ୍ଦର ଦିଶିବ ଆଖଣ୍ଡଳମଣି ପୀଠ: ରୁପାନ୍ତର ପାଇଁ ୪୨ କୋଟି ମଞ୍ଜୁର।*

*୧୬-ଅନୁଦାନ ଭରସାରେ ୯୦% ପଞ୍ଚାୟତ, ଅଧିକାଂଶ ପଞ୍ଚାୟତର ନାହିଁ ନିଜସ୍ଵ ଆୟ ଉତ୍ସ।*

*୧୭-ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି,NBW ଉପରେ ଲାଗିଲା ରୋକ୍‌।*

*୧୮-କାମାକ୍ଷାନଗର ଥାନା କାନପୁରା ଗାଁ:ନକଲି ସିବିଆଇ ବାବୁଙ୍କ କାରନାମା , ନକଲି ପରିଚୟ ଦେଇ ଲୁଟିନେଲେ ୯୦ ହଜାର ଟଙ୍କା।*

*୧୯-ରାଧାମୋହନପୁର :ଗୋଟିଏ ଟ୍ରାକରେ ୨ଟି ଟ୍ରେନ, ଇମରଜେନ୍ସି ବ୍ରେକ ଯୋଗୁଁ ଟଳିଳା ବଡ଼ ଦୁର୍ଘଟଣା।*

*୨୦-ଚେତନ ଶର୍ମାଙ୍କ ସ୍ଥାନ ନେଲେ ଅଜିତ ଅଗରକର, ଭାରତୀୟ କ୍ରିକେଟ ଟିମର ହେଲେ ମୁଖ୍ୟ ଚୟନକର୍ତ୍ତା।*

*୨୧-ମୋଦୀ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ବଢ଼ିଲା ଚର୍ଚ୍ଚା: ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଝାଡଖଣ୍ଡର ହାଇଫ୍ରୋପାଇଲ ନେତାଙ୍କୁ ମିଳିପାରେ ମୋଦୀ ଟିମରେ ସ୍ଥାନ।*

*🙏 ସୁପ୍ରଭାତ 🙏*