March 8, 2026

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

IMG-20230705-WA0000
Share

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଆସିକା ୦୪/୦୭-ନିପ୍ର-ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡ ରେ ବହୁ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନେତା ସ୍ୱାଇଁ, ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ,ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ଼, ସମାଜ ସେବୀ ସୁନୀଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ l ଆଜି ଆସିକା କୋର୍ଟ ନିକଟରେ ୪ଲକ୍ଷ ୭୫ ହଜାର ଟଙ୍କାରେ ନିର୍ମିତ କ୍ଷୁଦ୍ର ଶୌଚାଳୟ, ଆସିକା ଲକ୍ଷ୍ମୀ ବଜାର ରେ ୧୫ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଵିଜ୍ଞାପନ ଏଲଇଡ଼ି ଡିସପ୍ଲେ ସେହିଭଳି ବିଜୁପଟ୍ଟନାୟକ ଛକ ଠାରେ ନିର୍ମିତ ଵିଜ୍ଞାପନ ଏଲଇଡ଼ି ଡିସପ୍ଲେ,ଆସିକା ଵିଜ୍ଞାପନ ଏଲଇଡ଼ି ଡିସପ୍ଲେ ବାଣୀବିହାର ନିକଟରେ କ୍ଷୁଦ୍ର ଶୌଚାଳୟ ଆଦି ଉଦଘାଟନ କରିଥିଲେ l

ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜଗନ୍ନାଥ ପାଣିଗ୍ରାହୀ