June 6, 2026

ଗଜପତି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

IMG-20260605-WA0063
Share

ପାରଳାଖେମୁଣ୍ଡି,

 

ଗଜପତି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଏହି ଅବସରରେ ଆଜି ସକାଳେ ପାରଳାଖେମୁଣ୍ଡି ସଦର ମହକୁମା ରାଜନଗର ନିକଟରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ସଚେତନତା ପାଲା ନାଟକ ମାଧ୍ୟ୍ୟମରେ ସଚେତନତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ମୁନୀଦ୍ର ହୋନନାଗା,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝୀ, ପାରଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ,ସହକାରୀ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଉପସ୍ଥିତିରେ ସ୍ଥାନୀୟ କଳାକାର ଶ୍ରୀ ହରେ କୃଷ୍ଣ ବିଶ୍ୱାଳ ଓ ତାଙ୍କ ସହଯୋଗୀଙ୍କ ମାଧ୍ୟମରେ ଦାସକାଠିଆ ନାଟକ ମାଧ୍ୟମରେ ସ୍ୱତନ୍ତ୍ର ସଘ ସଂଶୋଧନ ଉପରେ ସଚେତନତା କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ବି ଏଲ ଓ, ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ଏସ ଆଇ ଆର୍ (SIR) ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ଲୋକମାନଙ୍କୁ ସଚେତନତା କରି ଭୋଟର ତାଲିକାର ସଠିକତା ଓ ଏସ.ଆଇ.ଆର (SIR)ର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ l ଗତ ୩୦ ମେ ୨୦୨୬ ଠାରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ ମାନେ ଘରକୁ ଘର ଯାଇ ଏସ ଆଇ ଆର ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଭୋଟରଙ୍କୁ BLO ଙ୍କୁ ସହଯୋଗ କରିବା ସହ ଆବଶ୍ୟକ ପ୍ରମାଣପତ୍ର ପ୍ରସ୍ତୁତ ରଖିବାକୁ ଅନୁରୋଧ କରାଯାଉଛି। ସେହିପରି ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମପଞ୍ଚାୟତ ସ୍ତରୀୟ ସ୍ଥାନୀୟ ଭାଷା, ନାଟକ ଓ ଗୀତ ମାଧ୍ଯମରେ ଜନ ସାଧାରଣଙ୍କୁ ସଚେତନତା କରାଯାଉଛି।