June 7, 2025

ଉତ୍କର୍ଷ ନିମାପଡା ୨୦୨୫ ସମ୍ମାନ ରେ ସମ୍ମାନିତ ହେଲେ ଜିତୁ ବାରିକ l ( ଗୋପ ଅଞ୍ଚଳ ପାଇଁ ଗୌରବ ଅର୍ଜନ ଆଣିଲେ ଜିତୁ )

Share

ଗୋପ :- ଚଳିତ ବର୍ଷ ନିମାପଡା ଠାରେ ପ୍ରଥମ କରି ଆୟୋଜିତ ଉତ୍କର୍ଷ ନିମାପଡା ୨୦୨୫, ଅବସରରେ ଜିତୁ ବାରିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଗୋପ ଅଞ୍ଚଳ ର ସୁପରିଚିତ ଓ ଜଣାଶୁଣା ଜିତୁ ସେଲୁନ ନାମରେ ଗୋପ,ନିମାପଡା, କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳ ରୁ ଶତାଧିକ ଯୁବକ ଆସିଥାନ୍ତି l ଗୋପ ବ୍ଲକ ଅଧିନସ୍ତ ପହରା ପଞ୍ଚାୟତ ର ହେଲାରୀ ଗ୍ରାମ ର ରୋହିତ ବାରିକ ଙ୍କ ଜ୍ୟେଷ୍ଟ ପୁତ୍ର ଜିତୁ ବାରିକ ଗୋପ ରେ ଦୀର୍ଘ ବର୍ଷ ହେଵ ଏକ ସେଲୁନ କରି, ନିଜେ ସ୍ୱାବଲମ୍ବୀ ହେଵା ସହିତ ଅନ୍ୟ ଚାରିଜଣ ଙ୍କୁ କର୍ମାକ୍ଷେତ୍ର ନିଯୁକ୍ତି ଦେଇଛନ୍ତି l ପିଲାଟି ଦିନରୁ ନୂଆ କିଛି କରିବାକୁ ଯାଇ ଆଜି ସମଗ୍ର ଅଞ୍ଚଳ ଖ୍ୟାତି ଅର୍ଜନ କରିଛନ୍ତି l ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅନ୍ତର୍ଗତ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା, ଦୃଢ଼ ପ୍ରତିବନ୍ଧତା ଓ ଉଦ୍ୟମଶୀଳ ଚେଷ୍ଟା ପାଇଁ ଉତ୍କର୍ଷ ନିମାପଡା କମିଟି ପକ୍ଷରୁ ତାଙ୍କୁ ଏହି ସମ୍ମାନ ସହ ପୁରସ୍କୃତ କରାଯାଉଛି। ଉକ୍ତ ଉତ୍ସବ ରେ ମହାମହିମ ରାଜ୍ୟପାଳ ଓଡିଶା ଓ ନିମାପଡା ର ବିଧାୟିକା ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଙ୍କ କରକମଳ ରୁ ସମ୍ବର୍ଦ୍ଧିତ ହେଵା ପରେ ବିଭିର୍ନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ବାର୍ତ୍ତା ର ସୁହ ଛୁଟୁଛି l ଉକ୍ତ ଉତ୍ସବ ମାନ୍ୟବର ଜଗତସିଂହପୁର ସାଂସଦ ଏବଂ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ବୃନ୍ଦଙ୍କ ଉପସ୍ଥିତଥିଲେ l ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା ହେଉଛି ଭାରତ ସରକାରଙ୍କ ଏକ ମହରୂପୂର୍ଣ୍ଣ ପଦକ୍ଷେପ, ଯାହା ଦେଶର ପାରମ୍ପାରିକ କାରିଗଲ ଓ ଶିଳ୍ପୀମାନଙ୍କୁ ସ୍ବାବଲମ୍ବୀ ଓ ସମୃଦ୍ଧ କରିବା ଲକ୍ଷ୍ୟରେ ଆର୍ଥିକ ସହାୟତା, ପ୍ରଶିକ୍ଷଣ ଓ ବ୍ୟବସାୟିକ ସମର୍ଥନ ଯୋଗାଇଥାଏ । ଏହି ଯୋଜନା ଅନ୍ତର୍ଗତ ଆପଣ ପ୍ରାପ୍ତି ସହାୟତାକୁ ପ୍ରଭାବଶାଳୀ ଭାବେ ବ୍ୟବହାର କରି ନିଜ ଶିକ୍ଷା କୌଶଳକୁ ଉନ୍ନତ କରିଛନ୍ତି, ଆୟ ବୃଦ୍ଧି କରିଛନ୍ତି ଏବଂ ଜଣେ ଚାକିରି ଆଶାୟୀ ବ୍ୟକ୍ତିରୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଣତ କରିଛନ୍ତି । ଆପଣଙ୍କ ଏହି ସଫଳତା ଅନ୍ୟ କାରିଗର ଓ ଶିଳ୍ପୀମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛି। ଉତ୍କର୍ଷ ନିମାପଡା କମିଟି ଜିତୁ ଙ୍କୁ ଚୟନ କରିଥିବାରୁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଧନ୍ୟବାଦ ସାଧୁବାଦ ଜ୍ଞାପନ କରିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ