March 10, 2026

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ 

IMG-20250605-WA0035
Share

ମାଲକାନଗିରି, ୫/୬

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବନ ବିଭାଗ ,ଅବକାରୀ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଣ୍ଡିକି ଗ୍ରାମପଞ୍ଚାୟତର ବଣ୍ଡିକିଗୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ସୁଶ୍ରୀ ସଂଗୀତା ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜଙ୍ଗଲ ସୁରକ୍ଷା ,ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ଶ୍ରୀମତୀ ସ୍ୱାଇଁ ଗ୍ରାମବାସୀ ମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟତମ ଅତିଥି ଭାବେ ବନ ଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀ, ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା, ଏ ସି ଏଫ୍ ମାଲକାନଗିରି ପ୍ରମୁଖ ଉପସ୍ଥିତ ଥିଲେ। ଅବକାରୀ ବିଭାଗ ତରଫରୁ ଶ୍ରୀଟଙ୍କଧର ଭୋଇ ଅବକାରୀ ଉପ ଅଧିକ୍ଷକ ଜିଲ୍ଲାରେ ଚାଲି ଥିବା ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ମାଦକ ଦ୍ରବ୍ୟ ବିରୋଧର ସଚେତନତା ଅଭିଯାନ ବିଷୟରେ ଆଲୋକପାତ କରି ଥିଲେ। ଅତ୍ୟଧିକ ମଦ୍ୟପାନ ଏବଂ ଚୋରା ଓ ବିଷାକ୍ତ ମଦ ପାନ ନ କରିବା ପାଇଁ ଗ୍ରାମବାସୀ ମାନଙ୍କୁ ଅନୁରୋଧ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ କୁମାର ବଳ ଅବକାରୀ ନିରକ୍ଷକ ମାଲକାନଗିରି,ସେକ୍ସନ ଅଫିସର ସ୍ଵଜଲ୍ କୁମାର ମଣ୍ଡଳ ,ଅବକାରୀ ଉପ ନିରୀକ୍ଷକ ଅଶେଷ କୁମାର ନାୟକ,ଅମିୟ କୁମାର ଖଞ୍ଜା,ରମେଶ ଚନ୍ଦ୍ର ସାହୁକାର ଓ ଅନ୍ୟାନ୍ୟ ଅବକାରୀ ଓ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)